ETV Bharat / business

ଡଲାର ଚିତପଟ୍ଟାଙ୍ଗ, 33 ପଇସା ମଜବୁତ ଟଙ୍କା

author img

By

Published : Sep 18, 2020, 1:01 PM IST

ବିଦେଶୀ ମୁଦ୍ରା ବଜାରରେ ଘରୋଇ ମୁଦ୍ରା ଆମେରକୀୟ ଡଲାର ତୁଳନାରେ 73.47ରେ ଖୋଲିଥିଲା ବେଳେ ବୃଦ୍ଧି ରେକର୍ଡ କରି 73.33 ଟଙ୍କାକୁ ଖସିଛି । ଅଧିକ ପଢନ୍ତୁ..

Rupee rises 33 paise to 73.33 against US dollar in early trade

ମୁମ୍ବାଇ: ଘରୋଇ ସେୟାର ବଜାରରେ ସକରାତ୍ମକ ଆରମ୍ଭ ଓ ଆମେରିକା ମୁଦ୍ରା ଦୁର୍ବଳ ଯୋଗୁଁ ଶୁକ୍ରବାର କାରବାର ଆରମ୍ଭରେ ବଳବାନ ହୋଇଛି ଟଙ୍କା । ଡଲାର ତୁଳନାରେ ଟଙ୍କା 33 ପଇସା ମଜବୁତ ହୋଇ 73.33 ସ୍ତରରେ ପହଞ୍ଚିଛି ।

ବିଦେଶୀ ମୁଦ୍ରା ବଜାରରେ ଘରୋଇ ମୁଦ୍ରା ଆମେରକୀୟ ଡଲାର ତୁଳନାରେ 73.47 ରେ ଖୋଲିଥିଲା ବେଳେ ବୃଦ୍ଧି ରେକର୍ଡ କରି 73.33 ଟଙ୍କାକୁ ଖସିଛି । ଯାହାକି ଗତ କାରବାର ବନ୍ଦ ତୁଳନାରେ 22 ପଇସା ବୃଦ୍ଧିକୁ ଦର୍ଶାଉଛି । ଗୁରୁବାର ଟଙ୍କା ଆମେରକୀୟ ଡଲାର ତୁଳନାରେ 14 ପଇସା ହ୍ରାସ ହୋଇ 73.66ରେ ବନ୍ଦ ହୋଇଥିଲା । ଏଥିମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0,07 ପ୍ରତିଶତ ଖସି 92.90 ରହିଛି ।

ସେୟାର ବଜାର ତଥ୍ୟ ଅନୁସାରେ ବିଦେଶୀ ନିବେଶକ ଗୁରୁବାର ମୋଟ ଆଧାରରେ 249.82 କୋଟି ଟଙ୍କାର ଇକ୍ୟୁଟି ବିକ୍ରି କରିଛନ୍ତି । ଏଥିମଧ୍ୟରେ ବ୍ରେଣ୍ଟ କ୍ରୁଡ 0.55 ପ୍ରତିଶତ ବଢି ବ୍ୟାରେଲ ପ୍ରତି 43.54 ଟଙ୍କାରେ କାରବାର କରୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.