ETV Bharat / business

ଆଜି ଧନତେରାସ, ଜଗତସିଂହପୁରରେ 50 କୋଟି ଟଙ୍କାର ସୁନା ବିକ୍ରି

author img

By

Published : Nov 13, 2020, 9:00 PM IST

Updated : Nov 13, 2020, 10:06 PM IST

ଆଜି ପବିତ୍ର ଧନତେରାସ । ସୁନା ଗହଣା ଦୋକାନରେ ଖଚାଖଚ ଭିଡ । ଜଗତସିଂହପୁରରେ ସନ୍ଧ୍ୟା ସୁଦ୍ଧା ବୋହି ନେଲେ 50 କୋଟି ଟଙ୍କାର ସୁନା । ଅଧିକ ପଢନ୍ତୁ..

ଆଜି ଧନତେରାସ, ଜଗତସିଂହପୁରରେ 50 କୋଟି ଟଙ୍କାର ସୁନା ବିକ୍ରି
ଆଜି ଧନତେରାସ, ଜଗତସିଂହପୁରରେ 50 କୋଟି ଟଙ୍କାର ସୁନା ବିକ୍ରି

ଜଗତସିଂହପୁର: ଆଜି ଧନତେରାସ । ସୁନା କିଣିବା ପାଇଁ ସହରର ବିଭିନ୍ନ ଜୁଏଲରୀ ସୋରୁମରେ ଜମିଛି ଗ୍ରାହକଙ୍କ ଭିଡ । ସୁନା କିଣିବା ପାଇଁ ଆଜି ସହର ଏକ ପ୍ରକାର ଜାମ ହୋଇ ଯାଇଥିଲା। ଖଚାଖଚ ଭିଡ଼ ଯୋଗୁ କୋର୍ଟ ଛକ ଠାରୁ ସୁଭଦ୍ରା ହଲ ପର୍ଯ୍ୟନ୍ତ ପ୍ରବଳ ଗହଳି ଲାଗିରହିଥିଲା। ଲୋକେ ଯାଅ ଆସ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇ ଥିଲା। ଖବର ପାଇ ପୋଲିସ ପହଞ୍ଚି ଭିଡ ନିଅନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି।

ତେବେ ଜଗତସିଂହପୁର ଭଳି ଏକ ଛୋଟ ସହରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା 50 କୋଟି ଟଙ୍କାର ସୁନା କାରବାର ହୋଇଥିବା ଜଗତସିଂହପୁର ଜୁଏଲରୀ ସଂଘ କହିଛି। ଗତକାଲି ସୁନା ବିକ୍ରିକୁ ନେଇ ଆଶା ଆଶଙ୍କାରେ ଥିବା ବ୍ୟବସାୟୀ ଆଜି କିନ୍ତୁ ପୁରା ଖୁସ।

ଧନ ତେରାସକୁ ଆଖିରେ ରଖି ବିଭିନ୍ନ ଜୁଏଲାରୀ ବହୁ ଆକର୍ଷଣୀୟ ଅଫର ରଖିଥିବା ବେଳେ ସୁଯୋଗର ସୁବିଧା ଉଠାଉଛନ୍ତି ଗ୍ରାହକ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 13, 2020, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.