ETV Bharat / business

ମହାମାରୀ କାଳରେ ଷ୍ଟକ ମାର୍କେଟ ମୁହାଁ ଲୋକେ, ଛୁଟୁଛି ଖୁଚୁରା ନିବେଶ

ସମଗ୍ର ବିଶ୍ବ ମହାମାରୀ ସଙ୍କଟ ଦେଇ ଗତି କରୁଛି । ଏଥିରେ ଆର୍ଥିକ ସ୍ଥିତି ବେଶ୍ ପ୍ରଭାବିତ ହୋଇଥିବା ସତ୍ତ୍ବେ ଷ୍ଟକ ମାର୍କେଟ ପ୍ରତି ଅଧିକ ଆଗ୍ରହ ଦେଖାଇଛନ୍ତି ଖୁଚୁରା ଓ ସାଧାରଣ ନିବେଶକ । 2020-21 ଆର୍ଥିକ ବର୍ଷରେ ବଜାରରେ ବ୍ୟକ୍ତିଗତ ନିବେଶକ ସଂଖ୍ୟା ପ୍ରାୟ 142 ଲକ୍ଷ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ମହାମାରୀ କାଳରେ ଷ୍ଟକ ମାର୍କେଟ ମୁହାଁ ଲୋକ, ଛୁଟୁଛି ଖୁଚୁରା ନିବେଶ

author img

By

Published : Jun 22, 2021, 9:41 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ମହାମାରୀ ସଙ୍କଟ ଦେଇ ଗତି କରୁଛି । ଆର୍ଥିକ ସ୍ଥିତି ଦୋହଲିଯାଇଛି । ଏପରି ସଙ୍କଟ ସ୍ଥିତିରେ ବି ପୁଞ୍ଜି ବଜାରରେ ଜାରି ରହିଛି ଉତ୍ସାହଜନକ ପ୍ରଦର୍ଶନ । ଫଳରେ ଆୟ ଆଶାରେ ଷ୍ଟକ ମାର୍କେଟ ମୁହାଁ ଖୁଚୁରା ଓ ସାଧରଣ ନିବେଶକ ।

ଗତ 14 ମାସ ମଧ୍ୟରେ ବହୁସଂଖ୍ୟରେ ଖୁଚୁରା ଏବଂ ସାଧରଣ ନିବେଶକ ଷ୍ଟକ ମାର୍କେଟରେ ବିପୁଳ ନିବେଶ କରିଛନ୍ତି । ଏ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ କରିଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ।

SBIର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟ କାନ୍ତି ଘୋଷ ଦେଇଥିବା ତଥ୍ୟ ଅନୁଯାୟୀ, 2020-21 ଆର୍ଥିକ ବର୍ଷରେ ବଜାରରେ ବ୍ୟକ୍ତିଗତ ନିବେଶକ ସଂଖ୍ୟା ପ୍ରାୟ 142 ଲକ୍ଷ ବୃଦ୍ଧି ପାଇଛି । ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଗତବର୍ଷ ପ୍ରାୟ 152 ଲକ୍ଷ ନୂଆ ଆକାଉଣ୍ଟ ଖୋଲାଯାଇଛି । ସେଥିରୁ 122.5 ଲକ୍ଷ CDSL ଏବଂ 19.7 ଲକ୍ଷ ଆକାଉଣ୍ଟ NSDL (ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜେଟୀ ଲିମିଟେଡ) ରେ ରହିଛି । ଚଳିତ ଆର୍ଥିକ ବର୍ଷରେ ଏହି ଟ୍ରେଣ୍ଡ ଜାରି ରହିବା ସହ 44.7 ଲକ୍ଷ ନୂଆ ଖୁଚୁରା ନିବେଶକ ଆକାଉଣ୍ଟ ପ୍ରଥମ ଦୁଇ ମାସ (ଏପ୍ରିଲ-ମେ)ରେ ଯୋଡି ହୋଇଛି ।

ତେବେ ଏହି ବହୁସଂଖ୍ୟକ ଆକାଉଣ୍ଟ କେବଳ ସେୟାର କାରବାର ପାଇଁ ଖୋଲା ଯାଇନାହିଁ, ଷ୍ଟକ ଏକ୍ସଚେଞ୍ଜର ମୋଟ କାରବାର କ୍ଷେତ୍ରରେ ବ୍ୟକ୍ତିଗତ ନିବେଶକଙ୍କ ସେୟାର 2020 ମାର୍ଚ୍ଚରେ 39 ପ୍ରତିଶତରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 45 ପ୍ରତିଶତ ବୃଦ୍ଧି ପାଇଛି । NSE ଡାଟାରେ ଏନେଇ ଦର୍ଶାଯାଇଛି ।

ପାରମ୍ପରିକ ସଞ୍ଚୟ ଅପେକ୍ଷା ବର୍ତ୍ତମାନ ଲୋକମାନେ ଷ୍ଟକ ମାର୍କେଟରେ ଅଧିକ ସଞ୍ଚୟ କରିବାକୁ ଆଗ୍ରହୀ ହେଉଛନ୍ତି । ଭାରତୀୟ ମଧ୍ୟବିତ୍ତ ଶ୍ରେଣୀ ନିବେଶକ ପାରମ୍ପରିକ ସଞ୍ଚୟ କ୍ଷେତ୍ର ଯେପରିକି, ବ୍ୟାଙ୍କ, ସ୍ଥାୟୀ ଜମା, ପିଏଫ୍ ଆକାଉଣ୍ଟ, ପୋଷ୍ଟ ଅଫିସ୍ ସଞ୍ଚୟ ଏବଂ LIC ଭଳି ସ୍ଥାୟୀ ଜମା ଯୋଜନାରେ ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଅନ୍ୟ କିଛି ନିବେଶକ ମୂଲ୍ୟବାନ ଧାତୁ ଏବଂ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ନିବେଶ କରୁଛନ୍ତି । ତେବେ ଭରତରେ ଘରୋଇ ସଞ୍ଚୟ ହିଁ ସମୁଦାୟ ସଞ୍ଚୟର ମୁଖ୍ୟ ଆଧାର । ଘରୋଇ ସଞ୍ଚୟର ପାଖାପାଖି 41 ପ୍ରତିଶତ ଆର୍ଥିକ ସଞ୍ଚୟ ହୋଇଥିବା SBI ରିପୋର୍ଟରେ କୁହାଯାଇଛି ।

ତେବେ କୋଭିଡ-19 ଲକଡାଉନ ଅବଧି ମଧ୍ୟରେ ଷ୍ଟକ ମାର୍କେଟରେ କ୍ରମାଗତ ବୃଦ୍ଧି ଏହି ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିଗତ ନିବେଶକଙ୍କୁ ଷ୍ଟକ ମାର୍କେଟ ପ୍ରତି ଆକର୍ଷିତ କରିଛି । ଗତବର୍ଷ ବିଶ୍ବସ୍ତରରେ ଷ୍ଟକ ମାର୍କଟେ ବଜାର ପୁଞ୍ଜିକରଣ ଆଖିଦୃଶିଆ ବୃଦ୍ଧି ହୋଇଛି । ଏହି ମାମଲାରେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ଆଗରେ ରହିଛି । ଗୋଟିଏ ବର୍ଷରେ ଭାରତ ବିଏସଇ ସେନସେକ୍ସ ବଜାର ପୁଞ୍ଜିକରଣ 1.8 ଗୁଣା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.