ETV Bharat / business

ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପୀତି 6.58%

ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ହାର ଫେବୃଆରୀରେ 6.58 ପ୍ରତିଶତକୁ ଖସିଛି । ଯାହାକି ଜାନୁଆରୀରେ 7.59 ପ୍ରତିଶତ ରହିଥିଲା ।

Retail inflation eases to 6.58% in February
ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପୀତି 6.58%
author img

By

Published : Mar 13, 2020, 9:26 AM IST

ନୂଆଦିଲ୍ଲୀ: 6 ମାସ ପରେ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ପୀତି ହାର । ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ହାର ଫେବୃଆରୀରେ 6.58 ପ୍ରତିଶତକୁ ଖସିଛି । ଯାହାକି ଜାନୁଆରୀରେ 7.59 ପ୍ରତିଶତ ରହିଥିଲା । ଗୁରୁବାର ଏନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି ।

Retail inflation eases to 6.58% in February
ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପୀତି 6.58%

ଖାଦ୍ୟ ସାମଗ୍ରୀ ଦାମ କମିଥିବାକୁ ଖୁଚୁରା ମୁଦ୍ରାସ୍ପିତି ଧୀମା ପଡିଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର 4 ପ୍ରତିଶତ ଲକ୍ଷ୍ୟ ଠାରୁ ଏହା ଅଧିକ ରହିଛି । 2019 ଫେବୃଆରୀରେ ଏହା 2.57 ପ୍ରତିଶତ ରହିଥିଲା । ଜାତୀୟ ପରିସଂଖ୍ୟନ କାର୍ଯ୍ୟକାଳ ତଥ୍ୟ ଅନୁସାରେ 2020 ଫେବୃଆରୀରେ ଖାଦ୍ୟସାମଗ୍ରୀ ଦର ହ୍ରାସ ପାଇ 10.81 ପ୍ରତିଶତ ରହିଥିଲା । ଯାହା ଜାନୁଆରୀରେ 13.63 ପ୍ରତିଶତ ଥିଲା ।

ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ରୋପୋରେଟ ଦରକୁ ନିର୍ଦ୍ଧାରଣ ପାଇଁ ଖାଚୁରା ମୁଦ୍ରାସ୍ପୀତିର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ । ଆଉ ଆରବିଆଇର ଷଷ୍ଠ ମୁଦ୍ରାନୀତି ବୈଠକରେ ସରକାର ଆରବିଆଇକୁ ଖୁଚୁରା ମୁଦ୍ରାସ୍ପୀତି ହାର 4 ପ୍ରତିଶତ ତଳେ ରହିବ ବୋଲି ଟାର୍ଗେଟ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.