ETV Bharat / business

ଆଶ୍ବସ୍ତି ! କମିଲା ଡିଜେଲ ଦାମ, 45 ଡଲାର ତଳେ ଅଶୋଧିତ ତୈଳ

author img

By

Published : Sep 3, 2020, 12:34 PM IST

ତୈଳ ମାର୍କେଟିଂ କମ୍ପାନୀ ଦେଶର ଅନ୍ୟ ସହରରେ ମଧ୍ୟ ଡିଜେଲ ଦାମ ହ୍ରାସ କରିଛି। ଅନ୍ୟପକ୍ଷରେ ଗତ ଅଧିବେଶନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ପାଇ 45 ଡଲାର ତଳକୁ ଖସିଛି । ଅଧିକ ପଢନ୍ତୁ..

ଆଶ୍ବସ୍ତି ! କମିଲା ଡିଜେଲ ଦାମ, 45 ଡଲାର ତଳେ ଅଶୋଧିତ ତୈଳ
ଆଶ୍ବସ୍ତି ! କମିଲା ଡିଜେଲ ଦାମ, 45 ଡଲାର ତଳେ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଗୁରୁବାର ଡିଜେଲ ଦାମ ଖସିଥିବା ବେଳେ ଲଗାତା ଦ୍ବିତୀୟ ଦିନ ଧରି ପେଟ୍ରୋଲ ଦାମ ସ୍ଥିର ରହିଛି । ଦିଲ୍ଲୀ ଓ କୋଲକତାରେ ଡିଜେଲ ଲିଟର ପ୍ରତି 16 ପଇସା କମିଛି । ଯେତେବେଳେ କି ମୁମ୍ବାଇରେ ଡିଜେଲ ଦାମ ଲିଟର ପିଛା 17 ପଇସା ଓ ଚେନ୍ନାଇରେ 15 ପଇସା ହ୍ରାସ ହୋଇଛି ।

ତୈଳ ମାର୍କେଟିଂ କମ୍ପାନୀ ଦେଶର ଅନ୍ୟ ସହରରେ ମଧ୍ୟ ଡିଜେଲ ଦାମ ହ୍ରାସ କରିଛି। ଅନ୍ୟପକ୍ଷରେ ଗତ ଅଧିବେଶନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ପାଇବା ପରେ ବେଞ୍ଚମାର୍କ ଅଶୋଧିତ ତୈଳ ବ୍ୟାରେଲ ପିଛା 45 ଡଲାରରୁ ଖସିଛି।

ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା , ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ ଦାମ ଲିଟର ପ୍ରତି ହ୍ରାସ ହୋଇ ଗୁରୁବାରକୁ କ୍ରମଶଃ 73.40 , 76.90 , 79.94 ଓ 78.71 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ପେଟ୍ରୋଲ ଦାମ ବିନା କୌଣସି ପରିବର୍ତ୍ତନରେ ଲିଟର ପିଛା କ୍ରମଶଃ 82.08 , 83.57 , 88.73 ଟଙ୍କା ଓ 85.04 ଟଙ୍କା ରହିଛି ।

ବଜାରରୁ ମିଳିଥିବା ସୂଚନା ଅନୁସାରେ ଡିଜେଲ ଦାମ କମିବା ପରେ ଗାଡି ଚାଳକ ଓ ପରିବହନ କାରବାରୀଙ୍କ ସହ ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ରିଲିଫ ମିଳିବ । କାରଣ ଡିଜେଲ ଦାମ ବୃଦ୍ଧି ଦ୍ବାରା ମାଲ ଭଡା ବଢିଯିବ । ଯାହାର ଭାର ସାଧାରଣ ଉପଭୋକ୍ତାଙ୍କୁ ବୋହିବାକ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.