ETV Bharat / business

‘ଜିଓ’ର ରେକର୍ଡ: 34 କୋଟି ୟୁଜର୍ସ ସହ ସର୍ବବୃହତ୍ତ ଟେଲିକମ କମ୍ପାନୀ

ସର୍ବାଧିକ ପ୍ରଫିଟ କମାଉଥିବା କମ୍ପାନୀ ସହ ରାଜସ୍ବର ବଡ ଭାଗୀଦାରୀ ହୋଇ ଦେଶରେ ପ୍ରଥମ ଓ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ଟେଲିକମ କମ୍ପାନୀ ଭାବେ ନୂଆ ରେକର୍ଡ ସୃଷ୍ଟି କରିଛି ରିଲାଏନ୍ସ ଜିଓ ।

ଫଟୋ ସୌଜନ୍ୟ-ଇଟିଭି ଭାରତ
author img

By

Published : Aug 12, 2019, 12:32 PM IST

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରିଲାଏନ୍ସ ଜିଓ । ଏଥିଯୋଗୁଁ ବର୍ତ୍ତମାନ ସୁଦ୍ଧା ଜିଓର ସବସ୍କ୍ରାଇବର ସଂଖ୍ୟା 34 କୋଟିରେ ପହଞ୍ଚିଛି। କେବଳ ସବସ୍କ୍ରାଇବ ନୁହେଁ ପ୍ରଫିଟ ଓ ରେଭିନ୍ୟୁ ଆଧାରରେ ଜିଓ ଦେଶର ସର୍ବବୃହତ୍ତ ଟେଲିକମ କମ୍ପାନୀ ଭାବେ ପରିଚିତ । ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡର 42ତମ ଆନୁଆଲ ଜେନରାଲ ମିଟଙ୍ଗକୁ(AGM) ସମ୍ବୋଧନ କରି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏନେଇ ସୂଚନା ଦେଇଛନ୍ତି ।

ଗତ ଆର୍ଥିକ ବର୍ଷରେ ରିଲାନ୍ସ ଇଣ୍ଡଷ୍ଟ୍ରି ସର୍ବାଧିକ ପ୍ରଫିଟ କମାଇବାରେ 1 ନମ୍ବର କମ୍ପାନୀ ରହିଛି । ଏଥିସହ ଦେଶର ସର୍ବାଧିକ ଟ୍ୟାକ୍ସପେୟର କମ୍ପାନୀ ଭାବେ ମଧ୍ୟ ରାଜସ୍ବରେ ବଡ ଯୋଗଦାନ ଦେଇଛି । 2018-19 ଆର୍ଥିକ ବର୍ଷରେ କମ୍ପାନୀ ଜିଏସଟି ଓ ଆୟକର ବାବଦକୁ ଯଥାକ୍ରମେ 67320 ଏବଂ 12191 କୋଟି ଦେଇଛି ବୋଲି ମୁକେଶ ଅମ୍ବାନୀ ନିଜ ଭାଷଣରେ ଜଣାଇଛନ୍ତି।

ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5 ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ବପ୍ନ ସହଜରେ ପୂରଣ ନେଇ ଆଶାବାଦୀ ରହିଛନ୍ତି। ତେବେ ରିଲାଏନ୍ସର ଏହି AGM କାର୍ଯ୍ୟକ୍ରମରେ ବହୁ ନୂଆ ଲଞ୍ଚିଂ ସହ ଗ୍ରାହକଙ୍କୁ ସୁହାଇଲା ଭଳି କିଛି ଖାସ ଘୋଷଣା ହେବାର ସମ୍ଭାବନା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.