ETV Bharat / business

ଲକଡାଉନ: ଖସିଛି ତେଲ ଚାହିଦା, ବଢୁଛି ସିଲିଣ୍ଡର ଗ୍ୟାସ ବିକ୍ରି - lockdown

ଗଡୁନି ଗାଡି, କି ଉଡୁନି ବିମାନ । କାରବାର ଠପକୁ ଖାଁ ଖାଁ ପେଟ୍ରୋଲ ପମ୍ପ । କିନ୍ତୁ ଜମେଇକି ହେଉଛି ସିଲିଣ୍ଡର ବୁକିଂ । ଅଧିକ ପଢନ୍ତୁ..

petrol sales shrink
ଲକଡାଉନ: ଖସିଛି ତେଲ ଚାହିଦା, ବଢୁଛି ସିଲିଣ୍ଡର ଗ୍ୟାସ ବିକ୍ରି
author img

By

Published : Apr 6, 2020, 6:54 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ଜାରି ରହିଛି ଲକଡାଉନ । ଲୋକ ଘରୁ ବାହାରୁନଥିବା ବେଳେ ରାସ୍ତାରେ ଚକ-ଅଖ ଗଡୁନି । ଏଥିଯୋଗୁଁ ପେଟ୍ରୋଲ-ଡିଜେଲ ଚାହିଦା ବି ନାହିଁ । ହେଲେ ରନ୍ଧନ ଗ୍ୟାସ ଏଲପିଜି ଚାହିଦା କାହିଁରେ କଣ ।

ଦେଶରେ ମାର୍ଚ୍ଚରେ ପେଟ୍ରାଲ ଚାହିଦା 15.5 ପ୍ରତିଶତ କମିଛି । ସେହିଭଳି ଡିଜେଲ ଚାହିଦା ବି 24 ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିମାନରେ ବ୍ୟବହୃତ ଏଟିଏଫ ବିକ୍ରି ମଧ୍ୟ ମାର୍ଚ୍ଚରେ 31 ପ୍ରତିଶତ କମିଛି । ତମାମ କାରବାର ଗତିବିଧି ରଦ୍ଦ ରହିଥିବା ଯୋଗୁଁ ସଡକ ଠାରୁ ଆକାଶ ମାର୍ଗ ସବୁ ଖାଲି ।

ତେବେ ଘରୋଇ ରନ୍ଧନ ଗ୍ୟାସ ଚାହିଦା ବଢୁଛି । ଲକଡାଉନ ଘୋଷଣା ପରଠୁ ଲୋକ ଘରୋଇ ସିଲିଣ୍ଡର ବୁକିଂ ଅଧିକ ପରିମାଣରେ କରୁଛନ୍ତି । ରିପୋର୍ଟ ମୁତାବକ 2020 ମାର୍ଚ୍ଚରେ ପେଟ୍ରୋଲ ବିକ୍ରି 15.59 ଲକ୍ଷ ଟନ ରହିଛି । ଯାହାକି 1 ବର୍ଷ ପୂର୍ବରୁ ଏହି ମାସର 22 ଲକ୍ଷ ଟନ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.