ETV Bharat / business

ପୁଣି 76 ପଇସା ବଢିଲା ପେଟ୍ରୋଲ, ଡିଜେଲ  ସ୍ଥିର - ପେଟ୍ରୋଲ ଦାମ ଅପଡେଟ

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 81.19 ଟଙ୍କା ହୋଇଛି । ଯେତେବେଳ କି ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପିଛା 84 ଟଙ୍କା ଟପିଛି । କିନ୍ତୁ ଡିଜେଲ ଦାମରେ ସ୍ଥିରତା ଜାରି ରହିଛି ।

ଲଗାତାର ଦ୍ବିତୀୟ ଦିନରେ ପେଟ୍ରୋଲ ଦାମ ବୃଦ୍ଧି , ଡିଜେଲ ସ୍ଥିର

author img

By

Published : Aug 21, 2020, 12:56 PM IST

ନୂଆଦିଲ୍ଲୀ: ଶୁକ୍ରବାର ପୁଣି ପେଟ୍ରୋଲ ଦାମ ବୃଦ୍ଧି ହୋଇଛି । ଲଗାତାର ଦ୍ବିତୀୟ ଦିନ ଧରି ପେଟ୍ରୋଲ ଦାମ ବୃଦ୍ଧି ରେକର୍ଡ ହୋଇଛି । ତେଲ ମାର୍କେଟିଂ କମ୍ପାନୀ ଗତ 6 ମାସରେ 5 ଦିନ ଧରି ପେଟ୍ରୋଲ ଦାମ ବୃଦ୍ଧି କରିଛି । ଏହି 5 ଦିନରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 76 ପଇସା ମହଙ୍ଗା ହୋଇଛି ।

ଶୁକ୍ରବାର ପେଟ୍ରୋଲ ଦାମ ଲିଟର ପ୍ରତି ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ 19 ପଇସା ଓ ଚେନ୍ନାଇରେ 17 ପଇସା ମହଙ୍ଗା ହୋଇଛି । ଇଣ୍ଡିଆନ ଅଏଲ ୱେବସାଇନ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ ବୃଦ୍ଧି ପାଇ କ୍ରମଶଃ 81.19 ଟଙ୍କା, 82.72 ଟଙ୍କା, 87.87 ଟଙ୍କା ଓ 84.26 ଟଙ୍କା ରହିଛି । ତେବେ ଏହି 4 ମହାନଗରରେ ଡିଜେଲ ଦାମ ଲିଟର ପ୍ରତି କ୍ରମଶଃ 73.56 , 77.06 , 80.11 ଓ78.86 ଟଙ୍କାରେ ଅପରିବର୍ତ୍ତିତ ରହିଛି ।

ସେପଟେ ଅନ୍ୟରାଷ୍ଟ୍ରୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ଦାମରେ ବୃଦ୍ଧି ହୋଇଛି । ଏହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ଆହୁରି ତେଲ ଦାମ ବଢିବା ଆଶା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.