ETV Bharat / business

ବଢିଲା ପେଟ୍ରୋଲ ଦାମ, ଶସ୍ତା ହେଲା ବିମାନ ଇନ୍ଧନ

author img

By

Published : Sep 1, 2020, 4:38 PM IST

ମାସ ପହିଲାରେ ପେଟ୍ରୋଲ ଦାମ ବୃଦ୍ଧି ହୋଇଥିଲା ବେଳେ କମିଛି ଏଟିଏଫ ଦାମ । ସେହିପରି ଅଣ ସବସିଡି ସିଲିଣ୍ଡର ଦାମ ମଧ୍ୟ ଅପରିବର୍ତ୍ତିତ ରହିଛି । ଅଧିକ ପଢନ୍ତୁ..

ବଢିଲା ପେଟ୍ରୋଲ ଦାମ , ଶସ୍ତା ହେଲା ବିମାନ ଇନ୍ଧନ

ନୂଆଦିଲ୍ଲୀ: ଗୋଟିଏ ଦିନର ବିରତି ପରେ ପୁଣି ବଢିଲା ଇନ୍ଧନ ଦାମ । ତୈଳ ମାର୍କେଟିଂ କମ୍ପାନୀ (OMC) ମଙ୍ଗଳବାର ପେଟ୍ରୋଲ ଦାମ ଲିଟର ପ୍ରତି 5 ପଇସା ବୃଦ୍ଧି କରିଛି ।

ସେହିପରି ଓଏମସି ପକ୍ଷରୁ ବିମାନ ଇନ୍ଧନ(ଏଟିଏଫ)ର ଦର କିଲୋଲିଟର ପିଛା 1500 ଟଙ୍କା ହ୍ରାସ କରାଯାଇଛି । ଏହା ବ୍ୟତିତ ଅଣ ସବସଡି ଯୁକ୍ତ ରନ୍ଧନ ଗ୍ୟାସ ଏବଂ ଅଟୋ ଗ୍ୟାସ ଦାମ ଗତ ମାସ ଠାରୁ ଅପରିବର୍ତ୍ତିତ ରଖାଯାଇଛି ।

ପେଟ୍ରୋଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ସହିତ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ଆଜି 82.08 ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ଜୁଲାଇ 30 ରୁ ଡିଜେଲ ଦାମ ସ୍ଥିର ଅଛି ।

ଦେଶର ରାଜଧାନୀ ଦିଲ୍ଲୀରେ ଏଟିଏଫ ଦାମ କିଲୋଲିଟର ପିଛା ହ୍ରାସ ପରେ 42,447.91 ଟଙ୍କା ରହିଛି । ଏହା ପୂର୍ବରୁ ଅଗଷ୍ଟ ପହିଲାରେ ଏହା ବୃଦ୍ଧି ପାଇ 43,933.53 ଟଙ୍କା ରହିଥିଲା । କୋରୋନା କଟକଣା ମଧ୍ୟରେ ବିମାନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ଏଟିଏଫ ଦାମ ହ୍ରାସ କମ୍ପାନୀଙ୍କୁ ରିଲିଫ ଦେବ । ଏଥିସହ ଭଡା ଦାମ ମଧ୍ୟ ମହଙ୍ଗା ହେବ ନାହିଁ ।

ରନ୍ଧନ ଗ୍ୟାସ ପାଇଁ ଏକ ଖୁସି ଖବର ହେଉଛି କି 14.2 କିଲୋଗ୍ରାମର ଅଣ-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ 594 ଟଙ୍କା ଅପରିବର୍ତ୍ତିତ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.