ETV Bharat / business

ତେଲ ଦାମ ବୃଦ୍ଧି ଜାରି, 73 ଟଙ୍କା ଛୁଇଁଲା ପେଟ୍ରୋଲ - ତେଲ ଦାମରେ ବୃଦ୍ଧି ଜାରି

ଲକଡାଉନ ପରେ ତେଲ ବଜାରରେ ନିଆଁ । 3ଦିନରେ ପେଟ୍ରୋଲ ଲିଟର 1.74 ଟଙ୍କା ଓ ଡିଜେଲ 1.78 ଟଙ୍କା ମହଙ୍ଗା ହୋଇଛି । ଅଧିକ ପଢନ୍ତୁ..

Petrol price hiked by 54 paise per litre, diesel by 58 paise
ତେଲ ଦାମ ବୃଦ୍ଧି ଜାରି, 73 ଟଙ୍କା ଛୁଇଁଲା ପେଟ୍ରୋଲ
author img

By

Published : Jun 9, 2020, 12:13 PM IST

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଧରି ଜାରି ରହିଛି ତେଲ ଦର ବୃଦ୍ଧି । ମଙ୍ଗଳବାର ଲିଟର ପିଛା ପେଟ୍ରୋଲ ଦାମ 54 ପଇସା ବୃଦ୍ଧି ହୋଇଥିଲା ବେଳେ ଡିଜେଲ 58 ପଇସା ବଢିଛି ।

ଦେଶର ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ 73 ଟଙ୍କା ଓ ଡିଜେଲ ଲିଟର 71.17 ଟଙ୍କାରେ ପହଞ୍ଚିଛି । ଫଳରେ ଏହି 3ଦିନରେ ପେଟ୍ରୋଲ ଲିଟର 1.74 ଟଙ୍କା ଓ ଡିଜେଲ 1.78 ଟଙ୍କା ମହଙ୍ଗା ହୋଇଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଗୋଟିଏ ଦିନର ହ୍ରାସ ପରେ ପୁଣି ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଯାହା ଦ୍ବାରା ଆଗାମୀ ଦିନରେ ଘରୋଇ ବଜାରରେ ତେଲ ଦାମ ଆହୁରି ବଢିବା ସମ୍ଭାବନା ରହିଛି ।

ମଙ୍ଗଳବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦାମ ଯଥାକ୍ରମେ 54, 63, 52 ଏବଂ 48 ପଇସା ବୃଦ୍ଧି ହୋଇଛି। ସେହିଭଳି 4 ମେଟ୍ରୋରେ ଡିଜେଲର ଦାମ କ୍ରମଶଃ 58, 62, 55 ଏବଂ 49 ପଇସା ବଢିଛି।

ପ୍ରକାଶ ଯେ, 83 ଦିନର ବିରାମ ପରେ ରବିବାର ଠାରୁ ତେଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଓ ଡିଜେଲର ଦୈନିକ ପରିବର୍ତ୍ତନ ଆରମ୍ଭ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବଢିବା ଯୋଗୁଁ ତେଲ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦାମ ବଢାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.