ନୂଆଦିଲ୍ଲୀ: ଆରମ୍ଭ ହେଲା ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦାମରେ ଦୈନିକ ବୃଦ୍ଧି ଜାରି । ରବିବାର ଭଳି ସୋମବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା 60 ପଇସା ବଢିଛି । 83 ଦିନର ବିରାମ ପରେ ତେଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଓ ଡିଜେଲର ଦୈନିକ ପରିବର୍ତ୍ତନ ଆରମ୍ଭ କରିଛନ୍ତି ।
ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବଢିବା ଯୋଗୁଁ ତେଲ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦାମ ବଢାଉଛନ୍ତି ।
ସୋମବାର ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ବୃଦ୍ଧି ପାଇ 72.46 ଟଙ୍କା ରହିଛି । ରବିବାର ଏହା 71.86 ଟଙ୍କା ରହିଥିଲା । ସେହିପରି ଡିଜେଲ ଦାମ ଲିଟର ପିଛା 60 ପଇସା ବଢି 70.59 ଟଙ୍କା ଛୁଇଁଛି । ଯେତେବେଳେ କି ରବିବାର ଏହାର ଦାମ 69.99 ଟଙ୍କା ରହିଥିଲା ।
ତେବେ ରାଜ୍ୟର ରାଜ୍ୟର ତେଲ ମାର୍କେଟିଂ କମ୍ପାନୀଙ୍କ ଦାମ ବିଜ୍ଞପ୍ତି ଅନୁସାରେ ପ୍ରଡକ୍ଟର ଟିକସ ସଂରଞ୍ଚନା ଉପରେ ଦାମ ନିର୍ଭରଶୀଳ । ଅର୍ଥାତ ରାଜ୍ୟ ଗୁଡିକର ତେଲ ଉପରେ ଲାଗୁ ଟିକସ, ଭାଟ ଆଦିକୁ ନଜରରେ ରଖି ଦୈନିକ ଦାମ ନିର୍ଦ୍ଧାରଣ ହେବ ।
ଶେଷ ଥର ମାର୍ଚ୍ଚ 16ରେ ତେଲ ଦାମରେ ପରିବର୍ତ୍ତନ କରାଯାଇଥିଲା । ପରେ ପୁଣି ରାଜସ୍ବ ବଢାଇବାକୁ ରାଜ୍ୟ ସରକାର ଭାଟ ବଢାଇଥିଲେ । ଗତ ମାସରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲରେ 10 ପଇସା ଓ ଡିଜେଲରେ 13 ପଇସା ଭାଟ ବୃଦ୍ଧି କରିଥିଲେ ।