ନୂଆଦିଲ୍ଲୀ: କୋରୋନା ସଙ୍କଟରେ ହୁ ହୁ ବଢିଚାଲଛି ତୈଳ ଦର । କ୍ରମାଗତ 7ମ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ଦରରେ ହ୍ରାସ ସତ୍ତ୍ବେ ଜୁନ 7ରୁ ତୈଳ କମ୍ପାନୀଗୁଡିକ ଦୈନିକ ମୂଲ୍ୟ ବୃଦ୍ଧି କରାଯାଉଛନ୍ତି । ଶନିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର 75 ଟଙ୍କା ଅତିକ୍ରମ କରିଛି । ସେପଟେ ମଧ୍ୟପ୍ରଦେଶ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟଙ୍କାଏ ଲେଖାଏଁ ଅତିରିକ୍ତ ଟିକସ ଲଗାଇଛନ୍ତି ।
ପ୍ରମୁଖ ସହରଗୁଡିକରେ ପେଟ୍ରୋଲର ଦର 59-61 ପଇସା ବୃଦ୍ଧି ହେବା ସହ ଡିଜେଲରେ ଦର 50-60କୁ ବଢିଛି । ଗତ 6 ଦିନ ମଧ୍ୟରେ ପେଟ୍ରୋଲ 3.90 ପ୍ରତି ଲିଟର ଡିଜେଲ 4ଟଙ୍କାକୁ ବୃଦ୍ଧି ଘଟିଛି । ଦିଲ୍ଲୀରେ 59 ପଇସା ବୃଦ୍ଧି କରାଯାଇ ଲିଟର ପିଛା 75.16 ଟଙ୍କାରେ ଗ୍ରାହକ କିଣୁଛନ୍ତି । ଡିଜେଲରେ 58 ପଇସା ବଢି 73.39ଟଙ୍କା ହୋଇଛି ।
ସେହିଭଳି କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା 77.05 ବିକ୍ରି ହେବା ସହ ଡିଜେଲ 69.33 ଟଙ୍କାକୁ ବୃଦ୍ଧି ହୋଇଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୨.୧୦ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୭୨.୦୩ ଟଙ୍କା ରହିଛି। ଏହା ବ୍ୟତୀତ ଚେନ୍ନାଇରେ ଡିଜେଲର ମୂଲ୍ୟ ଲିଟର ପିଛା ୭୧.୬୪ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୭୮.୯୯ ଟଙ୍କା ରହିଛି।