ETV Bharat / business

ଆଜି ପେଟ୍ରୋଲ ଓ ଡିଜେଲ ଦର 25 ଓ 21 ପଇସାକୁ ବୃଦ୍ଧି

କୋରୋନା କାଳରେ ମହଙ୍ଗା ମାଡ । ପୁଣି ବଢିଲା ତୈଳ ଦର । ଆଜି ବି ଦିଲ୍ଲୀରେ ପେଟ୍ରୋଲ ଲିଟର ଅପେକ୍ଷା ଡିଜେଲ ଦର ଅଧିକା ରହିଛ ।

ପେଟ୍ରୋଲ ଓ ଡିଜେଲ ଦର 25 ଓ 21 ପଇସାକୁ ବୃଦ୍ଧି

author img

By

Published : Jun 27, 2020, 7:45 AM IST

ନୂଆଦିଲ୍ଲୀ: ସଙ୍କଟ ବେଳେ ମହଙ୍ଗା ମାଡ । ଅନିୟନ୍ତ୍ରିତ ଭାବେ ବଢୁଛି ତୈଳ ଦର । ଆଜି ମଧ୍ୟ ତେଲଦରର ବୃଦ୍ଧି ଘଟିଛି । ଲଗାତାର 21 ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବଢିଛି । ଆଜି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ 25 ଓ ଡିଜେଲ 0.21 ପଇସା ବୃଦ୍ଧି ପାଇଛି ।

ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 80.38 ଟଙ୍କା ହେବା ସହ ଡିଜେଲ 80.40 ବିକ୍ରି କରାଯାଉଛି । ଗତ 21 ଦିନରେ ଡିଜେଲ ଦର 11 ଟଙ୍କା ବୃଦ୍ଧି ହୋଇଥିବାବେଳେ ପେଟ୍ରୋଲ 9.12 ଟଙ୍କା ମହଙ୍ଗା ହୋଇଛି । ଗତ କିଛି ଦିନ ହେବ ପେଟ୍ରୋଲ ଠାରୁ ଡିଜେଲ ଦର ମହଙ୍ଗା ରହିଛି ।

ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 0.17 ପଇସା ବଢି 80.19 ଟଙ୍କାରେ ବିକ୍ରି କରାଯାଉଥିଲା । ସେହିପରି ଡିଜେଲ ମଧ୍ୟ 21 ପଇସା ବୃଦ୍ଧି ହୋଇ ଲିଟର ପିଛା 80.13ରେ ମିଳୁଥିଲା ।

ଅନ୍ୟପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 87.14 ଟଙ୍କା ଓ ଡିଜେଲ 78.71 ଟଙ୍କାରେ ମିଳୁଛି । ଚେନ୍ନାଇରେ ପେଟ୍ରୋଲ ଦର 83.59 ରହିବା ସହ ଡିଜେଲ 77.61 ରହିଛି । କୋଲକାତାରେ 82.05ଟଙ୍କାର ପେଟ୍ରୋଲ ଲିଟର ପିଛା ବିକ୍ରି ହେଉଥିବାବେଳେ 75.52 ଟଙ୍କାରେ ଡିଜେଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.