ETV Bharat / business

ଦେଶରେ ସ୍ଥିର ପେଟ୍ରୋଲ-ଡିଜେଲ ଦର

author img

By

Published : Aug 15, 2021, 7:00 PM IST

ଆଜକୁ ମିଶାଇ ଗତ ୨୯ ଦିନ ହେଲା ଅପରିବର୍ତ୍ତିତ ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢନ୍ତୁ....

ଦେଶରେ ସ୍ଥିର ପେଟ୍ରୋଲ-ଡିଜେଲ ଦର
ଦେଶରେ ସ୍ଥିର ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଆଜି(ରବିବାର) ପାଇଁ ପେଟ୍ରୋଲ ଡିଜେଲ ଦର ଜାରି କରିଛନ୍ତି । ତେବେ ରବିବାର ଏହି ଦର ଅପରିବର୍ତ୍ତିତ ଅଛି । ଆଜକୁ ମିଶାଇ ଗତ ୨୯ ଦିନ ହେଲା ତୈଳ ଦର ସ୍ଥିର ରହିଛି । ଏହା ପୂର୍ବରୁ ଗତ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବଢିଥିଲା । ମାତ୍ର ଏହି ଦିନ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ଗୋଟିଏ ମାସ ହେଲା ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିଲେ ହେଁ ଏବେ ବି ଦର ରେକର୍ଡ ସ୍ତରରେ ରହିଛି । ଇତି ମଧ୍ୟରେ ତାମିଲନାଡୁ ସରକାର ରାଜ୍ୟରେ ପ୍ରତି ଲିଟର ପେଟ୍ରୋଲ ଉପରେ ଟ୍ୟାକ୍ସ ୩ ଟଙ୍କା କମାଇଥିବା ସୂଚନା ମିଳିଛି ।

ତୈଳ ଦରରେ କୌଣସି ପରିବର୍ତ୍ତନ ନ ହେବା କାରଣରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବଜାରରେ ପେଟ୍ରୋଲ ଲିଟର ପ୍ରତି ୧୦୧.୮୪ ଏବଂ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଅନ୍ୟପଟେ ମୁମ୍ବାଇରେ ପେଟ୍ରୋଲ ଡିଜେଲ ଯଥାକ୍ରମେ ୧୦୭.୮୩ ଟଙ୍କା ଓ ୯୭.୪୫ ଟଙ୍କାରେ ମିଳୁଛି ।

୧୮ ଜୁଲାଇରୁ ଏହି ଇନ୍ଧନ ଦରରେ ବୃଦ୍ଧି ନ ହେବା ଘରୋଇ ବଜାରକୁ ମଧ୍ୟ ଆଶ୍ବସ୍ଥି ଦେଇଛି । ଅର୍ଥାତ୍ ଘରୋଇ ବଜାରରେ ମଧ୍ୟ ଦର ସ୍ଥିର ରହିଛି ।

ସୂଚନାଥାଉ କି, ପ୍ରତିଦିନ ପେଟ୍ରୋଲ ଡିଜେଲ ଦରଦାମ ଅପଡେଟ କରାଯାଇଥାଏ । ଏପରିସ୍ଥଳେ ଆପଣ କେବଳ ଗୋଟିଏ ଏସଏମଏସ ଜରିଆରେ ନିଜ ସହରରେ ତୈଳ ଦର ଜାଣିପାରିବେ । ଏଥିପାଇଁ ଇଣ୍ଡିଆନ ଅଏଲ ଉପଭୋକ୍ତାଙ୍କୁ ଆରଏସପି କୋଡ ଲେଖ ୯୨୨୪୯୯୨୨୪୯ ନମ୍ବରରେ ପଠାଇବାକୁ ପଡିବ । ବିଦେଶୀ ମୁଦ୍ରା ଦର ଓ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ତୈଳ ଦରର ଆଧାରରେ ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ଅପଡେଟ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.