ନୂଆଦିଲ୍ଲୀ: ଡିଜିଟାଲ ଆର୍ଥିକ ସେବା ପ୍ଲାଟଫର୍ମ Paytm ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି Paytm କମ ଟଙ୍କାର ମଧ୍ୟ ଋଣ ଯୋଗାଇବ । ଏହାର ବାଏ ନାଓଁ, ପେ ଲ୍ୟାଟର ସେବା ଜରିଆରେ ୟୁଜର୍ସଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ।
Paytm ଏହି ପୋଷ୍ଟପେଡ ମିନି ସୁବିଧାକୁ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡର ସହଭାଗିତାରେ ୟୁଜର୍ସଙ୍କୁ ପ୍ରଦାନ କରିଛି । ଏଥିରେ 30 ଦିନ ପର୍ଯ୍ୟନ୍ତ ଋଣକାରୀଙ୍କ ଠାରୁ କୌଣସି ସୁଧ ଆଦାୟ କରାଯିବ ନାହିଁ । ଏହି ସୁବିଧା ଦ୍ବାରା ମୋବାଇଲ ଏବଂ ଡିଏଚ ରିଚାର୍ଜ, ଗ୍ୟାସ ସିଲିଣ୍ଡର ବୁକିଂ, ବିଦ୍ୟୁତ ଏବଂ ପାଣି ବିଲ ଭଳି ଖର୍ଚ୍ଚ ପାଇଁ ମଧ୍ୟ ଏହି ଋଣ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।
ଏହି ସୁବିଧା ମାଧ୍ୟମରେ ଗ୍ରାହକ ନିଜର ମାସିକ ଖର୍ଚ୍ଚ 250 ଟଙ୍କା ଠାରୁ ଆରମ୍ଭ କରି 1000 ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହି ସେବା ସୋମବାର ଠାରୁ Paytm ଆରମ୍ଭ କରିଛି ।
@PTI