ନୂଆଦିଲ୍ଲୀ: ପାର୍ବଣ ଚାହିଦା ମଧ୍ୟରେ ଡିସେମ୍ବରରେ ପାସେଞ୍ଜର ଗାଡି( ପିଭି) ର ଖୁଚୁରା ବିକ୍ରି 23.99 ପ୍ରତିଶତ ବୃଦ୍ଧି ହୋଇ 2,71,249 ୟୁନିଟ ରହିଛି । ଅଟୋମୋବାଇଲ ଡିଲରଙ୍କ ସଙ୍ଗଠନ ଫାଡା ଏନେଇ ସୂଚନା ଦେଇଛି ।
ଫେଡେରସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ଅନୁସାରେ ଯାତ୍ରାବାହୀ ଗାଡିର ବିକ୍ରି 2019 ଡିସେମ୍ବର ମାସରେ 2,18,775 ୟୁନିଟ ଥିଲା । ଫାଡା ଦେଶର 1,477 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ 1,270 ଗାଡି ପଞ୍ଜିକରଣ ତଥ୍ୟ ଜମା କରିଛି ।
ଏହି ତଥ୍ୟ ଅନୁସାରେ 2019 ଡିସେମ୍ବରରେ ଦୁଇଚକିଆ ଗାଡିର ବିକ୍ରି 11.88 ପ୍ରତିଶତ ବୃଦ୍ଧି ହୋଇ 14,24,620 ୟୁନିଟ ରହିଛି । ଯାହାକି ଏହା ପୂର୍ବ ବର୍ଷ ସମାନ ଅବଧିରେ 12,73,318 ୟୁନିଟ ଥିଲା । ତେବେ ବାଣିଜ୍ୟକ ଯାନର ବିକ୍ରି 2020 ଡିସେମ୍ବର ମାସରେ 13.52 ପ୍ରତିଶତ ହ୍ରାସ ହୋଇ 51,454 ୟୁନିଟ ରହିଛି । ଯାହା ଏହାର 1 ବର୍ଷ ପୂର୍ବରୁ ସମାନ ଅବଧିରେ 59,497 ୟୁନିଟ ଥିଲା ।
ଏଭଳି ଭାବେ ତିନି ଚକିଆ ଯାନର ବିକ୍ରି 2020 ଡିସେମ୍ବରେ 52.75 ପ୍ରତିଶତ ହ୍ରାସ ହୋଇ 27,715 ୟୁନିଟ ରହିଛି । ଯାହା କି 2019 ଡିସେମ୍ବରରେ 58,651 ୟୁନିଟ ଥିଲା । ସମୀକ୍ଷାଧୀନ ମାସରେ ଟ୍ରାକ୍ଟର ବିକ୍ରି 35.49 ପ୍ରତିଶତ ବଢି 69,105 ୟୁନିଟ ରହିଛି । ଯାହାକି 2019 ଡିସେମ୍ବରରେ 51,004 ୟୁନିଟ ଥିଲା ।
ଫାଡାର ପ୍ରେସିଡେଣ୍ଟ ଭିଙ୍କେଶ ଗୁଲାଟି କହିଛନ୍ତି କି ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ଡିସେମ୍ବରରେ ଗାଡି ପଞ୍ଜିକରଣ ବଢିଛି ।
ଡିସେମ୍ବରରେ 24 % ବଢିଲା ପାସେଞ୍ଜର ଗାଡି ବିକ୍ରି: ଫାଡା - ପାସେଞ୍ଜର ଗାଡି ବିକ୍ରି
2019 ଡିସେମ୍ବର ମାସ ତୁଳନାରେ 2020 ଡିସେମ୍ବର ମାସରେ ବଢିଛି ପାସେଞ୍ଜର ଯାନର ଖୁଚୁରା ବିକ୍ରି । ଫାଡା ଦେଶର 1,477 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ 1,270 ଗାଡି ପଞ୍ଜିକରଣ ତଥ୍ୟ ଜମା କରିଛି । ଅଧିକ ପଢନ୍ତୁ..