ମୁମ୍ବାଇ: ବୁଧବାର ସବୁଜ ସଙ୍କେତ ସହ ଆରମ୍ଭ ହୋଇଛି କାରବାର । ଦେଶ 21 ଦିନ ଲକଡାଉନ ଘୋଷଣା ପରେ ବଜାର କାରବାର ସ୍ବାଭାବିକ ରହିଛି । ହେଲେ କୋରୋନା ଭୟ ଏବେ ବି ପୁଞ୍ଜୀ ବଜାର ପିଛା ଛାଡିନି । କେଇ କ୍ଷଣ ପରେ ପୁଣି ସେୟାର ସୂଚକାଙ୍କ ଖସିବାରେ ଲାଗିଛି ।
ବଜାର ଖୋଲିବା ସମୟରେ ସେନସେକ୍ସ 295 ପଏଣ୍ଟ ବଢି 26,969.30 ରହିଥିଲା ବେଳେ ନିଫ୍ଟି 115 ପଏଣ୍ଟ ବଢି 8 ହଜାର ନିକଟତରରେ କାରବାର କରୁଛି ।