ନୂଆଦିଲ୍ଲୀ: ଆରମ୍ଭ ହୋଇଗଲା ଫେଷ୍ଟିଭ ସେଲ । ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ସାଇଟରେ ହେଭି ଡିସକାଉଣ୍ଟରେ ମନପସନ୍ଦର ଜିନିଷ ଉପଲବ୍ଧ । ଏଭଳି ସ୍ଥିତିରେ ଗ୍ରାହକ ବି ସପିଙ୍ଗ ଜୋରଜାର କଲେଣି । ଏଥିଯୋଗୁଁ ଉଣ୍ଟରନେଟ ବ୍ୟବହାର ବି ସେହି ହାରରେ ବଢୁଛି । ଯେଉଁଥିପାଇଁ ଆଗାମୀ ଦିନରେ 4ଜି ସ୍ମାର୍ଟଫୋନ ୟୁଜର୍ସଙ୍କ ସଂଖ୍ୟା ଅଧିକ 60ଲକ୍ଷ ବୃଦ୍ଧି ପାଇବ ବୋଲି ରିପୋର୍ଟ ପ୍ରକାଶିତ ହୋଇଛି ।
ମାର୍କେଟ ରିସର୍ଚ୍ଚ କମ୍ପାନୀ ଟେକଏଆରସୀ ଅନୁଯାୟୀ, ଅନଲାଇନ ଫେଷ୍ଟିଭଲ ସେଲ୍ସ ସମୟରେ 2ଜି ଓ 3 ଜି ଡିଭାଇସ ବ୍ୟବହାର କରୁଥିବା ଲୋକେ ନିଜ ଫୋନକୁ ବଦଳାଇ 4ଜି ଫୋନ କିଣିବାକୁ ଯୋଜନା କରିଥାନ୍ତି । ତେବେତ ଚଳିତ ପାର୍ବଣ ସିଜନରେ 1 କୋଟି ନୂଆ ଫୋନ ବିକ୍ରି ନେଇ ଅନୁମାନ ରହିଛି ।