ETV Bharat / business

ବଜାର କ୍ରାସ: ୧୧୯୦ ପଏଣ୍ଟ ଖସିଲା ସେନସେକ୍ସ, କୋଟି କୋଟି ଟଙ୍କା କ୍ଷତି

author img

By

Published : Dec 21, 2021, 6:53 AM IST

ସୋମବାର ସେୟାର ବଜାର କ୍ରାସ । ୧୧୯୦ ପଏଣ୍ଟ ଖସିଲା BSE ସୂଚକାଙ୍କ ସେନସେକ୍ସ । କୋଟି କୋଟି ଟଙ୍କା ହରାଇଲେ ନିବେଶକ । ଅଧିକ ପଢନ୍ତୁ

ବଜାର କ୍ରାସ: ୧୧୯୦ ପଏଣ୍ଟ ଖସିଲା ସେନସେକ୍ସ, ନିଫ୍ଟିରେ ବି ବଡ ହ୍ରାସ

ନୂଆଦିଲ୍ଲୀ: କ୍ଷୀପ୍ର ବେଗରେ ବ୍ୟାପୁଥିବା ଓମିକ୍ରନ ଭ୍ୟାରିଆଣ୍ଟ ଆଶଙ୍କାରେ ଆତଙ୍କିତ ସାରା ବିଶ୍ବ । ବିଭିନ୍ନ ରାଷ୍ଟ୍ରରେ ସ୍ଥିତି ଅଣାୟତଃ ହୋଇପଡିଥିବାବେଳେ ଭାରତରେ ମଧ୍ୟ ଦିନକୁ ଦିନ ମାମଲା ବଢିଚାଲିଛି । ଇତିମଧ୍ୟରେ କିଛି ରାଷ୍ଟ୍ରରେ ପୁଣି ଲକଡାଉନ ଫେରିଛି, ଯାହାର ସିଧାସଳଖ ପ୍ରଭାବ ପଡିଛ ଷ୍ଟକ ବଜାରରେ । ସୋମବାର ଭାରତୀୟ ଷ୍ଟକ ମାର୍କେଟ କାରବାର ପୁରା କ୍ରାସ ହୋଇଯାଇଛି । ବିଏସଇ(BSE) ସେନସେକ୍ସ ସୋମବାର 1,190 ପଏଣ୍ଟ ହ୍ରାସ ପାଇଛି (Sensex plunges 1,190 points) । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟ ମଧ୍ୟ ୩୭୧ ପଏଣ୍ଟ ଖସିଛି । ଯଦ୍ବାରା ବଜାରରେ ଗୋଟିଏ ଦିନରେ ନିବେଶକ କୋଟି କୋଟି ଟଙ୍କା ହରାଇଛନ୍ତି ।

ଓମିକ୍ରନ ସଙ୍କଟ ମଧ୍ୟରେ ସୋମବାର ନିବେଶକମାନେ ବହୁମାତ୍ରାରେ ନିଜର ସେୟାର ବିକ୍ରି କରିବା ଆରମ୍ଭ କରିଥିଲେ । ଯାହାଫଳରେ ସେନସେକ୍ସ ଖୁବ୍ ଜୋରରେ ତଳକୁ ଖସିବାକୁ ଲାଗିଥିଲା ଏବଂ ନିବେଶକଙ୍କ ମଧ୍ୟରେ ହାହାକାର ପଡିଥିଲା । BSE ସୂଚକାଙ୍କ 1,189.73 ପଏଣ୍ଟ ଅର୍ଥାତ୍ ୨.୯୦ ପ୍ରତିଶତ ହ୍ରାସ ପାଇ 55,822.01ରେ ବନ୍ଦ ହୋଇଥିଲା । ଏହିପ୍ରକାର ନିଫ୍ଟ ମଧ୍ୟ 371 ପଏଣ୍ଟ ଅର୍ଥାତ୍ 2.18 ପ୍ରତିଶତ ଖସି 16,614.20ରେ ବନ୍ଦ ହୋଇଛି । ସେୟାର ବଜାରରେ କାରାବାର ହ୍ରାସ ସହ ନିବେଶକ ୯ ଲକ୍ଷ କୋଟି ହରାଇଥିବା ଜଣାପଡିଛି ।

ସେନସେକ୍ସରେ ୫ ପ୍ରତିଶତରୁ ଅଧିକ ହ୍ରାସ ସହ ଟାଟା ଷ୍ଟିଲ(Tata Steel) ସବୁଠୁ ଅଧିକ କ୍ଷତି ସହିଛି । ଏହାବ୍ୟତୀତ SBI, ଇଣ୍ଡସଇଣ୍ଡ ବ୍ୟାଙ୍କ(IndusInd Bank), ବଜାଜ ଫାଇନାନ୍ସ(Bajaj Finance), ଏଚଡିଏଫସି(HDFC ) ଏବଂ ଏନଟିପିସି(NTPC) ମଧ୍ୟ ଘାଟାରେ ପଡିଛନ୍ତି । ଅପରପକ୍ଷେ, ଏଚୟୁଏଲ(HUL), ଡ. ରେଡ୍ଡୀ(Dr Reddy) କମ୍ପାନୀ ଲାଭ ଅର୍ଜନକରୀଙ୍କ ମଧ୍ୟରେ ସାମିଲ ରହିଛି ।

କେବଳ ଭାରତ ନୁହେଁ, ଏସିଆର ଅନ୍ୟ ସେୟାର ବଜାର ସମେତ ୟୁରୋପୀୟ ରାଷ୍ଟ୍ରରେ ମଧ୍ୟ ସେୟାର ବଜାର ସୂଚକାଙ୍କ ଭାରି ହ୍ରାସ ସହ ବନ୍ଦ ହୋଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.