ETV Bharat / business

ସେନସେକ୍ସ 460 ପଏଣ୍ଟ ବୃଦ୍ଧି, ନିଫ୍ଟି 14,800 ଉପରେ

author img

By

Published : Apr 7, 2021, 6:31 PM IST

ବୁଧବାର ସବୁଜ ସଙ୍କେତରେ ବନ୍ଦ ହୋଇଛି ବଜାର । ବିଏସଇ ସେନସେକ୍ସ 460 ପଏଣ୍ଟ ଉଛୁଳିଥିବା ବେଳେ ନିଫ୍ଟି 14,800 ପଏଣ୍ଟ ଟପିଛି । ଅଧିକ ପଢନ୍ତୁ..

Nifty ends above 14,800, Sensex jumps 460 pts after RBI policy cheers D-Street

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଏମପିସି ବୈଠକ ନିଷ୍ପତ୍ତିରେ ପୁଞ୍ଜି ବଜାରରେ ରହିଛି ପଜେଟିଭ । ବୁଧବାର ସବୁଜ ସଙ୍କେତରେ ବନ୍ଦ ହୋଇଛି ବଜାର । ବିଏସଇ ସେନସେକ୍ସ 460 ପଏଣ୍ଟ ଉଛୁଳିଥିବାବେଳେ ନିଫ୍ଟି 14,800 ପଏଣ୍ଟ ଟପିଛି ।

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 460.37 ପଏଣ୍ଟ ବୃଦ୍ଧି ହୋଇ 49,661.76 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 135.55 ପଏଣ୍ଟ ଲାଭର ସହ 14,819.05 ପଏଣ୍ଟରେ ପହଞ୍ଚିଛି ।

କୋରୋନା ଭାଇରସ ସଂକ୍ରମଣ ବୃଦ୍ଧିର ପ୍ରଭାବ ଅର୍ଥବ୍ୟବସ୍ଥା ପାଇଁ ଆଣିଛି ନୂଆ ଆହ୍ବାନ । ଏହି ଚିନ୍ତା ମଧ୍ୟରେ ଆରବିଆଇ ମୁଦ୍ରାନୀତି ସମିତି ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ସମୀକ୍ଷାରେ ରେପୋରେଟ ହାରକୁ ଅପରିବର୍ତ୍ତିତ ରଖିବା ସହ ପ୍ରଥମ ତ୍ରୟମାସରେ 1 ଲକ୍ଷ କୋଟି ଟଙ୍କାର ସରକାରୀ ସିକ୍ୟୁରିଟିଜ କ୍ରୟ ନେଇ ଘୋଷଣା କରିଛି ।

ତେବେ ଆଜିର କାରବାରରେ ଲାଭରେ ରହିଥିବା ପ୍ରମୁଖ ସେୟାରରେ ଏସବିଆଇ 2 ପ୍ରତିଶତ ଅଧିକ ଚଢିଛି । ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ, ନେସଲେ ଇଣ୍ଡିଆ, ଇଣ୍ଡସଇଣ୍ଡ ବ୍ୟାଙ୍ସ, ଏମଏଆଣ୍ଡଏମ , ବଜାଜ ଅଟୋ ଓ ମାରୁତି ବି ଲାଭରେ ରହିଛି । ଏହାର ବିପରୀତ ଟାଇଟନ, ଏନଟିପସି ଓ ଏଚୟୁଏଲର କ୍ଷତି ରେକର୍ଡ ହୋଇଛି । ମାର୍କେଟ ବିଶ୍ଳେଷକମାନେ କହିଛନ୍ତି କି, ବଜାର ଆଶା ଅନୁଯାୟୀ ଆରବିଆଇ ରେପୋରେଟ ହାର ଅପରିବର୍ତ୍ତିତ ରଖିଛି । ଯାହାର ପରିଣାମ ସୂରୂପ କାରବାର ଉତ୍ସାହଜନକ ଅଛି ।

ସେପଟେ ବୈଶ୍ବିକ ବଜାରରେ ଅଶୋଧିତ ତୈଳ ମାନକ ବ୍ରେଣ୍ଟ 0.37 ପ୍ରତିଶତ ଦୁର୍ବଳ ହୋଇ ବ୍ୟାରେଲ ପ୍ରତି 62.97 ଡଲାର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.