ETV Bharat / business

ଜିଡିପି ରିପୋର୍ଟ ପୂର୍ବରୁ ବଜାର ଚିତପଟ୍ଟାଙ୍ଗ, ହଜାରେ ପଏଣ୍ଟ ଖସିଲା ସେନସେକ୍ସ - sensex down

ସୋମବାର ସକାଳୁ ଭାରତୀୟ ସେୟାର ବଜାର ଖୋଲିବା ମାତ୍ରେ 40 ହଜାର ସ୍ତର ପାର କରିଥିଲା । ହେଲେ କିଛି ଘଣ୍ଟା ମଧ୍ୟରେ ଏହି ଅଭିବୃଦ୍ଧି ଉଭାନ ହୋଇଯାଇଛି । ଅଧିକ ପଢନ୍ତୁ..

ଜିଡିପି ରିପୋର୍ଟ  ପୂର୍ବରୁ ବଜାର ଚିତପଟ୍ଟାଙ୍ଗ
ଜିଡିପି ରିପୋର୍ଟ ପୂର୍ବରୁ ବଜାର ଚିତପଟ୍ଟାଙ୍ଗ
author img

By

Published : Aug 31, 2020, 4:29 PM IST

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ରିପୋର୍ଟ ଜାରି ହେବା ପୂର୍ବରୁ ସୋମବାର ସେୟାର ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି । କାରବାର ସମୟରେ ସେନସେକ୍ସ 40 ହଜାର ଟପିଥିବାବେଳେ ପରେ ପୁଣି ଭାରତ ଓ ଚୀନ ବିବାଦ ଆଶଙ୍କାରେ ସେନସେକ୍ସ ତଳକୁ ଖସିଆସିଛି ।

ସୋମବାର ସକାଳ ସେୟାର ବଜାର କାରବାର ବୃଦ୍ଧି ସହ ହୋଇଥିଲା । କିନ୍ତୁ କାରବାର ମଧ୍ୟରେ ଏଥିରେ ଭାରୀ ହ୍ରାସ ହୋଇଛି । ଦ୍ବିପ୍ରହର 2.40 ମିନଟରେ ସେନସେକ୍ସ 1 ହଜାର ତଳକୁ ଖସିଛି । ସେପଟେ ନିଫ୍ଟି ମଧ୍ୟ 288.80 ପଏଣ୍ଟ କମିଛି ।

ଏହା ପୂର୍ବରୁ ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଆଇସିଆଇସିଆଇ ବ୍ୟାଙ୍କ ବଳି ସେୟାରରେ ଲାଭ ଯୋଗୁଁ ସୋମବାର ପ୍ରାରମ୍ଭିକ କାରବାରରେ ସେନସେକ୍ସ 500 ପଏଣ୍ଟ ମଜବୁତ ସହ ଖୋଲିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.