ETV Bharat / business

ମାର୍କେଟ ରିକଭରି: ଉଛୁଳୁଛି ସେନସକ୍ସ, ବଢୁଛି ୟେସ ବ୍ୟାଙ୍କ ସେୟାର

author img

By

Published : Mar 17, 2020, 4:36 PM IST

ରିକଭରି ହେଲା ବଜାର । ଆଶା-ଆଶଙ୍କାରେ ରହିଥିବା ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି । ମଙ୍ଗଳବାର ଆରମ୍ଭରୁ ସେନସେକ୍ସ ଉପରମୁହାଁ ରହିଥିବା ବେଳେ ୟେସ ବ୍ୟାଙ୍କ ସେୟାର ମଧ୍ୟ ଜବରଦସ୍ତ ବୃଦ୍ଧି ସହ କାରବାର କରୁଛି ।

Market Update: Sensex volatile, Yes Bank shares soar 60%
ମାର୍କେଟ ରିକଭରି: ଉଛୁଳୁଛି ସେନସକ୍ସ , ବଢୁଛି ୟେସ ବ୍ୟାଙ୍କ ସେୟାର

ନୂଆଦିଲ୍ଲୀ: ରିକଭରି ହେଲା ବଜାର । ଆଶା-ଆଶଙ୍କାରେ ରହିଥିବା ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି । ମଙ୍ଗଳବାର ଆରମ୍ଭରୁ ସେନସେକ୍ସ ଉପରମୁହାଁ ରହିଥିବା ବେଳେ ୟେସ ବ୍ୟାଙ୍କ ସେୟାର ମଧ୍ୟ ଜବରଦସ୍ତ ବୃଦ୍ଧି ସହ କାରବାର କରୁଛି ।

ସେନସେକ୍ସରେ ଉତଥାନ-ପତନ ଧାରା ଜାରି ରହିଛି । କାରବାର ଆରମ୍ଭରେ ଏଥିରେ 1 ହଜାର ପଏଣ୍ଟରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ବିଏସଇର 30 ସେୟାର ଆଧାରିତ ସେନସେକ୍ସ ସୂଚକାଙ୍କ 650 ପଏଣ୍ଟ ବଢି 32,040.12 ରେ କାରବାର କରୁଛି ।

ସେପଟେ ୟେସ ବ୍ୟାଙ୍କ ସେୟାର ମଧ୍ୟ 60 ପ୍ରତିଶତରୁ ଅଧିକ ଉଛୁଳିଛି । ସେହିପରି ନିଫ୍ଟିରେ ବି ଏହାର ସେୟାର 63.77 ପ୍ରତିଶତଚ ବଢି 60 ଟଙ୍କାରେ ଚାଲିଛି । ସୋମବାର ମଧ୍ୟ ଏଥିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା । ସେନସେକ୍ସରେ ବ୍ୟାଙ୍କର ସେୟାର ଆରମ୍ଭରକେ ପାଖାପାଖୀ 50 ପ୍ରତିଶତ ବଢିଥିଲା । ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ନିବେଶକଙ୍କ ବିଶ୍ବାସ ବଢୁଛି । ବ୍ୟାଙ୍କର ସେୟାର ଲଗାତାର 3 ଦିନ ଧରି ବଢିଛି ।

ଏପଟେ କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କା 25 ପଇସା ମଜବୁତ ହୋଇଛି । କାରବାରୀଙ୍କ କହିବା ଅନୁଯାୟୀ ସୋମବାର ରିଜର୍ଭ ବ୍ୟାଙ୍କ ଦ୍ବାରା ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋରେଟ ଦର ହ୍ରାସ ସଙ୍କେତ ମିଳିବା ପରେ ନିବେଶକଙ୍କୁ ବଳ ମିଳିଛି । ଏହା ବ୍ୟତିତ ଲିକ୍ୟୁଡିଟି ବଢାଇବା ନେଇ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ନେଇ ପ୍ରତିଶ୍ରୁତି ପରେ ଟଙ୍କା ମଜବୁତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.