ETV Bharat / business

କାରବାର ଫିକା, 15 ହଜାର ତଳକୁ ଖସିଲା ନିଫ୍ଟି

author img

By

Published : May 20, 2021, 9:23 PM IST

2 ଦିନ ଧରି ତଳମୁହାଁ ଘରୋଇ ଇକ୍ୟୁଟି ବଜାର । କାରବାର ସୂଚକାଙ୍କ ଗୁରୁବାର ହୋଇଛି ହ୍ରାସ । ନିଫ୍ଟି 15 ହଜାର ତଳକୁ ଖସିଥିବା ବେଳେ ସେନସେକ୍ସ 338 ପଏଣ୍ଟ କମିଛି । ଅଧିକ ପଢନ୍ତୁ...

ଆଜି ବି କାରବାର ଫିକା  , 15 ହଜାର ତଳକୁ ଖସିଲା ନିଫ୍ଟି

ମୁମ୍ବାଇ: ଦୁର୍ବଳ ବୈଶ୍ବିକ ସଙ୍କେତ ମଧ୍ୟରେ ବିଏସଇ ସେନସେକ୍ସ ଗୁରୁବାର 338 ପଏଣ୍ଟ ଖସିଛି । ସୂଚକାଙ୍କରେ ମଜବୁତ ଯୋଗଦାନ ରଖୁଥିବା ଏଚଡିଏଫସି ବ୍ୟାଙ୍କ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର ହ୍ରାସ ହୋଇଛି ।

ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ କାରବାର ଶେଷ ସୁଦ୍ଧା 337.78 ପଏଣ୍ଟ ହ୍ରାସ ସହ 49,564.86 ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 124.10 ପଏଣ୍ଟ କମି 14,906.05 ରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ କ୍ଷତିରେ ଓଏନଜିସି ରହିଛି । ଏଥିରେ ପ୍ରାୟ 3 ପ୍ରତିଶତ ହ୍ରାସ ହୋଇଛି । ଏହା ବ୍ୟତିତ ସନଫାର୍ମା , ପାୱରଗ୍ରୀଡ , ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ ଓ କୋଟାକ ବ୍ୟାଙ୍କର ସେୟାରରେ ବି ହ୍ରାସ ହୋଇଛି । ଅନ୍ୟପଟେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା , ଇଣ୍ଡସିଣ୍ଡ, ଟାଇଟନ, ଏଲଆଣ୍ଡଟି ଓ ବଜାଜ ଫିନସର୍ଭ ସମେତ ଅନ୍ୟ ସେୟାର ଲାଭରେ ରହିଛି । ଅନ୍ୟ ଏସିଆନ ବଜାର ସଂଘାଇ , ହଂକଂ କାରବାରେ ବି ହ୍ରାସ ଦେଖାଦେଇଥିବା ବେଳେ ଜାପାନର ନିକ୍କି ବୃଦ୍ଧି ହୋଇଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.15 ପ୍ରତିଶତ ସୁଦୃଢ ହୋଇ ବ୍ୟାରେଲ ପ୍ରତି 66.76 ଡଲାର ଛୁଇଁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.