ETV Bharat / business

ସବୁଜ ସଙ୍କେତରେ ବଜାର, 29 ହଜାର ଡେଇଁଲା ସେନସେକ୍ସ - ଶୁକ୍ରବାର ବଜାର

ଶୁକ୍ରବାର ସବୁଜ ସଙ୍କେତ ସହ ଆରମ୍ଭ ହୋଇଛି କାରବାର । ସେନସେକ୍ସ 764.97 ପଏଣ୍ଟ ଓ ନିଫ୍ଟି 252 ପଏଣ୍ଟ ବୃଦ୍ଧି ପାଇଛି । ସେପଟେ କୋରୋନା ଭାଇରସ ମୁକାବିଲା ପାଇଁ ଅର୍ଥମନ୍ତ୍ରୀଙ୍କ ନେତୃତ୍ବରେ ଗଠନ ହେବ ଇକୋନୋମିକ ରେସପନ୍ସ ଟାକ୍ସଫୋକ୍ସ।

Market update: Sensex gains 1200 points; Nifty above 8,600
ସବୁଜ ସଙ୍କେତରେ ବଜାର, 29 ହଜାର ଡେଇଁଲା ସେନସେକ୍ସ
author img

By

Published : Mar 20, 2020, 12:46 PM IST

ମୁମ୍ବାଇ: ଲଗାତାର ହ୍ରାସ ଜାରି ରହିବା ପରେ ଶୁକ୍ରବାର ସବୁଜ ସଙ୍କେତ ସହ ଆରମ୍ଭ ହୋଇଛି କାରବାର । ଦିନ 12ଟା ସୁଦ୍ଧା ସେନସେକ୍ସ 764.97 ପଏଣ୍ଟ ବଢି 29,053.20ରେ କାରବାର କରୁଛି । ସେହିଭଳି ଏନଏସଇ ନିଫ୍ଟି ମଧ୍ୟ 252 ପଏଣ୍ଟ ବୃଦ୍ଧି ପାଇ 8,517.05ରେ ପହଞ୍ଚିଛି ।

ସେୟାର ବଜାରରେ କ୍ଷତି ଯୋଗୁଁ ହ୍ରାସ ପାଇଥିବା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇବ । ମୁକେଶ ଓ ତାଙ୍କ ପତ୍ନୀ ଏବଂ ତିନି ପିଲା ଅନ୍ୟ ଏକ ପ୍ରୋମୋଟର୍ ଗ୍ରୁପ ସଂସ୍ଥାର କିଛି ଅଂଶଧନ କ୍ରୟ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ସେମାନଙ୍କର ବ୍ୟକ୍ତିଗତ ଅଂଶ ବୃଦ୍ଧି କରିଛନ୍ତି। କମ୍ପାନୀ ପକ୍ଷରୁ ଷ୍ଟକ ମାର୍କେଟକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ତେଲ ଠାରୁ ଟେଲିକମ କାରବାର କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ପ୍ରୋମୋଟର ଗ୍ରୁପ୍‌ର ଅଂଶ 47.45 ରହିଛି।

ଏହି ଚୁକ୍ତି ପରେ RILରେ ମୁକେଶ ଅମ୍ବାନୀଙ୍କ ଅଂଶଧନ 0.11 ପ୍ରତିଶତ (72.31 ଲକ୍ଷ ସେୟାର) ରୁ 0.12 ପ୍ରତିଶତ (75 ଲକ୍ଷ ସେୟାର) କୁ ବୃଦ୍ଧି ପାଇଛି | ସେହିଭଳି କମ୍ପାନୀରେ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଅଂଶଧନ 67.96 ଲକ୍ଷରୁ 75 ଲକ୍ଷକୁ ବୃଦ୍ଧି ପାଇଛି, ପୁଅ ଆକାଶ ଏବଂ ଝିଅ ଇଶାଙ୍କ ଅଂଶ 67.2 ଲକ୍ଷ ସେୟାରରୁ 7.5 ଲକ୍ଷ ସେୟାରକୁ ବଢିଛି। ଏବଂ ଅନ୍ୟ ପୁଅ ଅନନ୍ତଙ୍କ ଅଂଶ 2 ଲକ୍ଷରୁ 75 ଲକ୍ଷ ଅଂଶକୁ ବୃଦ୍ଧି ପାଇଛି | ପ୍ରଥମ ଥର ପାଇଁ ମୁକେଶ, ତାଙ୍କ ପତ୍ନୀ ଏବଂ ପିଲାମାନେ କମ୍ପାନୀରେ ସମାନ ଅଂଶଧନ ପାଇବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.