ETV Bharat / business

ବଜେଟ ଆଗରୁ ମାର୍କେଟରେ ହଇଚଇ: 1700 ପଏଣ୍ଟ ଖସିଲା SENSEX, 17500 ତଳେ ନିଫ୍ଟି - ସେନ୍‌ସେକ୍ସ ୧୫୦୦ ଅଙ୍କ ଖସିଲା

ଲଗାତାର ୫ ଦିନ ଧରି ସେୟାର ମାର୍କେଟ ଭାରି ନିମ୍ନଗାମୀ ହୋଇଛି । ବୈଶ୍ବିକ ବଜାରରେ ନକରାତ୍ମକ ପ୍ରଭାବରେ ୱିପ୍ରୋ, ବଜାଜ ଫିନ୍‌ସର୍ଭ ଓ ଇମ୍ଫୋସିସ୍‌ ଭଳି ବଡ଼ ସେୟାରରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଅଧିକ ପଢ଼ନ୍ତୁ

ସେନ୍‌ସେକ୍ସ ୧୫୦୦ ଅଙ୍କ ଖସିଲା, ୧୭୧୩୭ ତଳେ ନିଫ୍ଟି

author img

By

Published : Jan 24, 2022, 6:14 PM IST

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବଡ ଧରଣର କ୍ରାସ । ପୁଣି ଖସିଲା ସେୟାର ମାର୍କେଟ । ବଜେଟ ଆଗରୁ ସେୟାର ମାର୍କେଟରେ ହଇଚଇ । 1732 ପଏଣ୍ଟ ଖସିଲା BSE ସେନସେକ୍ସ । ଲଗାତାର ପାଞ୍ଚ ଦିନ ହେବ ସେୟାର ବଜାର ନିମ୍ନଗାନୀ ହେବାରେ ଲାଗିଛି । ଏହା ସହିତ ନିଫ୍ଟି 3 ପ୍ରତିଶତ ତଳେ କାରବାର କରୁଛି । ଫଳରେ ନିବେଶକଙ୍କ ପାଖାପାଖି 10 ଲକ୍ଷ କୋଟି କ୍ଷତି ହୋଇଛି । ଏପଟେ ବୈଶ୍ବିକ ବଜାରରେ ନକରାତ୍ମକ ପ୍ରଭାବରେ ୱିପ୍ରୋ, ବଜାଜ ଫିନ୍‌ସର୍ଭ ଓ ଇମ୍ଫୋସିସ୍‌ ଭଳି ବଡ଼ ସେୟାରରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ସୋମବାର ସେୟାର ବଜାର ଖୋଲୁଖୋଲୁ ୨୦୦ ଅଙ୍କରୁ ଅଧିକ ତଳକୁ ଖସି ଯାଇଥିଲା ସେନସେକ୍ସ।

ବ୍ୟବସାୟୀଙ୍କ ଅନୁଯାୟୀ, ବିଦେଶୀ ପାଣ୍ଠିର କ୍ରମାଗତ ଆଉଟ୍‌ ଫ୍ଲୋ (out flow) ଘରୋଇ ଷ୍ଟକ୍‌ ବଜାର ଉପରେ ମଧ୍ୟ ଚାପ ସୃଷ୍ଟି କରୁଛି । ପ୍ରାରମ୍ଭରେ ସେନ୍‌ସେକ୍ସ ୨୩୩.୫୩ ପଏଣ୍ଟ ହ୍ରାସ ପାଇ ୫୮,୮୦୩.୬୫ରେ ପହଞ୍ଚିଥିଲା । ସେହିଭଳି ନିଫ୍ଟି ୭୩.୭୦ ପଏଣ୍ଟ ହ୍ରାସ ପାଇ ୧୭,୧୩୭ରେ ପହଞ୍ଚିଛି ।

ସେନ୍‌ସେକ୍ସରେ ଆଜି ଏସିଆନ ପେଣ୍ଟ୍ସ୍‌ର ସୂଚକାଂକ ସର୍ବାଧିକ ହ୍ରାସ ପାଇଥିଲା । ଏହି କମ୍ପାନୀର ସେୟାର ମୂଲ୍ୟ ୨.୪୪ ପ୍ରତିଶତ ହ୍ରାସ ପାଇଥିଲା । ଏହାଛଡ଼ା ଟେକ୍‌ ମହିନ୍ଦ୍ରା, ୱିପ୍ରୋ, ବଜାଜ ଫିନସର୍ଭ, ଇମ୍ପୋସିସ୍‌, HCL ଟେକ୍‌ ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା । ପ୍ରାକ୍‌ ସୂଚନା ଏହି ସମସ୍ତ ସେୟାର ମୂଲ୍ୟ ମିଶାଇ ମୋଟ ୧୪୦୦ ଅଙ୍କ ହ୍ରାସ ପାଇଛି ।

ସେପଟେ ପାୱାରଗ୍ରୀଡ, ମାରୁତୀ, ICICI ବ୍ୟାଙ୍କ୍‌, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଭାରତୀ ଏୟାରଟେଲ୍‌ର ସେୟାର ମୂଲ୍ୟ ୦.୭୨ ପ୍ରତିଶତ ହ୍ରାସ ପାଇ ୫୯, ୦୩୭.୧୮ରେ ବନ୍ଦ ହୋଇଛି । ତା ସହିତ ନିଫ୍ଟି ୧୩୯ ଅଙ୍କ ଖସି ପୂର୍ବ ଥରର ରେକର୍ଡ କମ ୧୭.୬୧୭.୧୫ରୁ ଖସି 17,103ରେ ବନ୍ଦ ହୋଇଛି ।

ଗତ ସେସନରେ ସେନ୍‌ସେକ୍ସ ୪୨୭ ଅଙ୍କ ବା ୦.୭୨ ପ୍ରତିଶତ ଖସି ୫୯,୦୩୭.୧୮ ପଏଣ୍ଟରେ ବନ୍ଦ ହୋଇଥିଲା । ସେପଟେ ନିଫ୍ଟି ୧୩୯.୮୫ ଅଙ୍କ ଖସି ୧୭, ୬୧୭.୧୫ରେ ବନ୍ଦ ହୋଇଥିଲା । ଏସିଆନ ବଜାର କଥା କହିଲେ ହଙ୍ଗ୍‌କଙ୍ଗ୍‌, ସୋଲ ଓ ଟୋକିଓର ବଜାରରେ ମଧ୍ୟ ସମାନ ସ୍ଥିତି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.