ETV Bharat / business

ବଜାରରେ ଭୂକମ୍ପ: ସର୍ବନିମ୍ନରେ ସେୟାର ସୂଚକାଙ୍କ, ଟଙ୍କା ଦୁର୍ବଳ

author img

By

Published : Mar 19, 2020, 1:01 PM IST

ବିଶ୍ବ ବଜାରରେ କୋରୋନା ତାଣ୍ଡବ । ଆତଙ୍କିତ ହୋଇ ଟଙ୍କା ପ୍ରତ୍ୟାହାର କରୁଛନ୍ତି ନିବେଶକ । ଏଥିଯୋଗୁଁ ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ । ସେପଟେ ଟଙ୍କାର ବିନିମୟ ମୂଲ୍ୟ 75 ପାର କଲାଣି ।

Market Mayhem Continues: Sensex loses 800 points; rupee hits all-time low
ବଜାରର ଭୂକମ୍ପ: ସର୍ବନିମ୍ନରେ ସେୟାର ସୂଚକାଙ୍କ, ଟଙ୍କା ଦୁର୍ବଳ

ନୂଆଦିଲ୍ଲୀ: ଦଲାଲ ଷ୍ଟ୍ରିଟରେ କୋରାନା ଆତଙ୍କ । ପ୍ରବଳ ହ୍ରାସ ସହ ଉଠୁଛି ପଡୁଛି ବଜାର । ନିବେଶକ ଟେନସନରେ । ସେନସେକ୍ସ 3 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ 2016 ଡିସେମ୍ବର ପରେ ନିଫ୍ଟି ନିମ୍ନ ସ୍ତରରେ ପହଞ୍ଚିଛି ।

ଗୁରୁବାର ଦିନ 12ଟା ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 721.69 ପଏଣ୍ଟ ହ୍ରାସ ପାଇ 28,142.23 ରେ କାରବାର କରୁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 198 ପଏଣ୍ଟ କମି 8242.69ରେ କାରବାର କରୁଛି । ସେନସେକ୍ସରେ ସମସ୍ତ ବ୍ୟାଙ୍କିଙ୍ଗ ସେୟାୟ ନାଲି ସଙ୍କେତରେ କାବାର କରୁଛି । ବିଦେଶୀ ବଜାରରେ ମଧ୍ୟ ସମସ୍ୟା ସେୟାର 8 ପ୍ରତିଶତ ତଳକୁ ଖସିଥିବା ଦେଖବାକୁ ମିଳିଛି ।

ସେପେଟ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 83 ପଇସା ହ୍ରାସ ପାଇ 75.09ଟଙ୍କାରେ ପହଞ୍ଚିଛି । ଭାରତୀୟ ମୁଦ୍ରା ଦୁର୍ବଳ ଓ ଅଶୋଧିତ ତୈଳ ହ୍ରାସ ଓ ବଜାରରେ କରୋନା ଭାଇରସ ପ୍ରଭାବ ଯୋଗୁଁ ଅର୍ଥନୀତି ବିଗିଡିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.