ନୂଆଦିଲ୍ଲୀ: ପୁଣି ହାଣ୍ଡିଶାଳକୁ ମହଙ୍ଗା ଚଡକ । ଲଗାତାର ତୃତୀୟ ମାସ ଧରି ବଢିଲା ରନ୍ଧନ ଗ୍ୟାସ ଦର । ଆଜିଠାରୁ ଅଣସବସିଡିଯୁକ୍ତ ସିଲିଣ୍ଡର ଦାମ 76ଟଙ୍କା 5 ପଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ 14.2 କିଲୋଗ୍ରାମର ଏଲପିଜି ମୂଲ୍ୟ 681.50ଟଙ୍କାରେ ପହଞ୍ଚିଛି । ଅକ୍ଟୋବର ମାସରେ ଏହା 605 ଟଙ୍କା ଥିଲା ।
ଗୋଟିଏ ପଟେ lsଲ କମ୍ପାନୀ ପେଟ୍ରୋଲ ଡିଜେଲ ଦାମ କମୁଛି । ଅନ୍ୟପଟେ ଦିନକୁ ଦିନ ସିଲିଣ୍ଡର ଦାମ ବଢିବାରେ ଲାଗିଛି । ଏଥିଯୋଗୁଁ ସାଧାରଣ ଖାଉଟି ନାହିଁ ନଥିବା ହଇରାଣ ଭୋଗୁଛନ୍ତି । ସେପେଟ 19 କିଲୋର କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ମଧ୍ୟ 119 ଟଙ୍କା ବଢିଛି । ନୂଆ ଦାମ ଲାଗୁ ପରେ ଏହାର ଦାମ 1204 ଟଙ୍କାରେ ପହଞ୍ଚିଛି । ଯାହାକି ଅକ୍ଟୋବରରେ 1085 ଟଙ୍କା ଥିଲା ।
ଏହା ବ୍ୟତୀତ 5 କିଲୋର ଛୋଟ ସିଲିଣ୍ଡର ଏବେ 264.50ଟଙ୍କା ମିଳିବ । ନଭେମ୍ବର ପହିଲାରୁ ବିଭିନ୍ନ ସହରରେ ଅଲଗା ଅଲଗା ନୂଆ ଦାମ ଲାଗୁ ହୋଇଛି ।