ETV Bharat / business

ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦର !

author img

By

Published : Dec 30, 2021, 8:33 AM IST

ନୂଆବର୍ଷ ଆରମ୍ଭରୁ ଖାଉଟିଙ୍କୁ ଲାଗିପାରେ ଝଟକା । ହାଣ୍ଡିଶାଳରେ ପଡିପାରେ ମହଙ୍ଗା ମାଡ । ଅଧିକ ପଢନ୍ତୁ

ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦାମ୍ !
ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦାମ୍ !

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଆରମ୍ଭ ହେବ ନୂତନ ବର୍ଷ । ଦେଶର ପ୍ରତ୍ୟେକ ମାସ ପହିଲାରେ କିଛି ନା କିଛି ପରିବର୍ତ୍ତନ ବା ନୂଆ ନିୟମ ଲାଗୁ ହୋଇଥାଏ । ତେଣୁ ଜାନୁୟାରୀ ୧ରେ ମଧ୍ୟ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବିଶେଷକରି ଖାଉଟି ସ୍ବାର୍ଥ ସମ୍ବନ୍ଧୀୟ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଅନୁମାନ କରାଯାଉଛି, ଚଳିତ ଥର ବର୍ଷ ଆରମ୍ଭରୁ ହାଣ୍ଡିଶାଳରେ ପଡିପାରେ ମହଙ୍ଗା ମାଡ । ନୂତନ ବର୍ଷର ପ୍ରଥମ ତାରିଖ ଦିନ ରନ୍ଧନ ଗ୍ୟାସରେ ବ୍ୟବହୃତ LPG ସିଲିଣ୍ଡରର ମୂଲ୍ୟ ଉପରେ ଏକ ବଡ ନିଷ୍ପତ୍ତି ନିଆଯିବ ।

ପ୍ରତ୍ୟେକ ମାସ ୧ ତାରିଖରେ LPG ମୂଲ୍ୟ ଉପରେ ଏକ ସମୀକ୍ଷା ବୈଠକ ବସିଥାଏ । ଜାନୁୟାରୀ ପାଇଁ ହେବାକୁ ଥିବା ବୈଠକରେ LPG ଦର ବଢିବାର ଅଧିକ ଆଶଙ୍କା ରହିଛି । କାରଣ ଅନ୍ତଃରାଷ୍ଟ୍ରୀୟ ବଜାରରେ ତୈଳ ଦର ସାମାନ୍ୟ ବୃଦ୍ଧି ପାଇଛି । ଏହାମଧ୍ୟ କୁହାଯାଉଛି କି, ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯୋଗୁଁ ମୋଦି ସରକାର ପେଟ୍ରୋଲ-ଡିଜେଲ ଭଳି ଗ୍ୟାସ ଶସ୍ତା କରିପାରନ୍ତି ।

ଦୀପାବଳୀ ପୂର୍ବରୁ LPG ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୬୬ ଟଙ୍କା ବୃଦ୍ଧି ହୋଇଥିଲା । ଯଦିଓ ଏହା କେବଳ ବ୍ୟବସାୟିକ ସିଲିଣ୍ଡରରେ କରାଯାଇଥିଲା । ଘରୋଇ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କହିରଖୁଛୁ କି, ଏବେ ବି ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ଦାମ୍ ୨୦୦୦ ଉପରେ ରହିଛି । ଏହାପୂର୍ବରୁ ୧୭୩୩ ଟଙ୍କା ଥିଲା । କୋଲକାତାରେ ୧୯ କେଜି ବିଶିଷ୍ଟ ସିଲିଣ୍ଡର ବର୍ତ୍ତମାନ ୧୯୫୦ ଟଙ୍କାରେ ମିଳୁଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୨୧୩୩ ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.