ETV Bharat / business

6 ଦିନରେ 53 % ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର - ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ନେଇ ବହୁତ ନକରାତ୍ମକ ଖବର ଆସୁଥିବାକୁ ନିବେଶକ ଆଶା-ଆଶଙ୍କାରେ । ଏଥିପାଇଁ ଏହାର ସେୟାର ବିକ୍ରି ଜାରି ରହିଥିବା ବେଳେ ବ୍ୟାଙ୍କର ମାର୍କେଟ ମୂଲ୍ୟ ହ୍ରାସ ହେଉଛି ।

6 ଦିନରେ 53 ପ୍ରତିଶତ ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

author img

By

Published : Nov 24, 2020, 4:06 PM IST

ନୂଆଦିଲ୍ଲୀ: ସଙ୍କଟରେ ଫସିଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ (ଏଲଭିବି) ରୁ ଟଙ୍କା ଉଠାଣରେ ଲଗାମ ଲାଗିବା ପରଠୁ ଖସିଚାଲିଛି ସେୟାର ମୂଲ୍ୟ । ଆଜିକୁ ମିଶାଇ ଲଗାତାର ଷଷ୍ଠ ଦିନ ଧରି ବ୍ୟାଙ୍କ ସେୟାର ତଳମୁହାଁ ରହିଛି । ବ୍ୟାଙ୍କକୁ ନେଇ ବହୁତ ନକରାତ୍ମକ ଖବର ଆସୁଥିବାକୁ ନିବେଶକ ଆଶା-ଆଶଙ୍କାରେ । ଏଥିପାଇଁ ଏହାର ସେୟାର ବିକ୍ରି ଜାରି ରହିଥିବା ବେଳେ ବ୍ୟାଙ୍କର ମାର୍କେଟ ମୂଲ୍ୟ ହ୍ରାସ ହେଉଛି ।

6 କାରବାର ଦିବସରେ ଏଲଭିବିର ସେୟାରରେ 53 ପ୍ରତିଶତ ହ୍ରାସ ଦେଖାଦେଇଛି । ମଙ୍ଗଳବାର ବିଏସଇରେ ବ୍ୟାଙ୍କର ସେୟାର 9.88 ପ୍ରତିଶତ ଖସି 7.30 ଟଙ୍କାରେ ପହଞ୍ଚିଛି । ଏଥିସହ ଏହା ନିମ୍ନ ସର୍କିଟକୁ ଛୁଉଁଛି । ବ୍ୟାଙ୍କର ସେୟାର ଏହାର ଏକ ବର୍ଷର ତଳ ସ୍ତରକୁ ଖସିଆସିଛି ।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ବ୍ୟାଙ୍କର ସେୟାର 9.88 ପ୍ରତିଶତ କମି 7.30 ଟଙ୍କାରେ ରହିଛି । ଏଥିସହ ଏହା ନିର୍ମ ସର୍କିଟ ଛୁଇଁଛି । ବିଏସଇରେ 6 କାରବାର ଦିବରେ ବ୍ୟାଙ୍କର ସେୟାର 53.35 ପ୍ରତିଶତ ତଳକୁ ଆସିଯାଇଛି ।

ଗତ ସପ୍ତାହ ମଙ୍ଗଳବାର ସରକାର ଏଲବିବି ଉପରେ ଅନେକ ପ୍ରକାଶ ଅଙ୍କୁଶ ଲଗାଇବା ସହ ଉଠାଣ ସୀମା ନିର୍ଦ୍ଧାରଣ କରିଥିଲା ଆରବିଆଇ । ଏଥିସହ ବ୍ୟାଙ୍କର ବୋର୍ଡକୁ ବି ଭାଙ୍ଗି ଦିଆଯାଇଛି ।

ବ୍ୟାଙ୍କର ଉଠାଣର ସୀମା ମାସିକ 25,000 ଟଙ୍କା ନିର୍ଦ୍ଧାରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.