ETV Bharat / business

କିପରି ସ୍ବତନ୍ତ୍ରରୁ ସାଧାରଣ ହେଲା ରେଳ ବଜେଟ, ପଢନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ - railway

ସାଧାରଣ ସହ ରେଳ ବଜେଟର ମିଶ୍ରଣ କରି ପ୍ରଥମଥର 2017ରେ ଅରୁଣ ଜେଟଲୀ ଉପସ୍ଥାପନ କରିଥିଲେ ବଜେଟ । ସେବେଠାରୁ ଲଗାତାର ଭାବେ ସଂସଦରେ ଅର୍ଥମନ୍ତ୍ରୀ ଏହି ମିଶ୍ରିତ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ଆପଣ ଜାଣନ୍ତି କି? ଏହି ବିଳୟ ପଛର ଇତିହାସ କଣ ରହିଛି? ପଢନ୍ତୁ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 26, 2019, 7:52 PM IST

ନୂଆଦିଲ୍ଲୀ: ଜୁଲାଇ 5 । ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ବଜେଟ ବ୍ରିଫକେସ । କେବଳ ଆୟବ୍ୟୟ ଅଟକଳର ହିସାବ ନୁହେଁ ,, ନିଅଁ ପଡିବ ପ୍ରସ୍ତାବିତ ସରକାରୀ ଯୋଜନାର । ପ୍ରତିଶ୍ରୁତି ପୂରଣର ହେବ ପ୍ରୟାସ । ଗତ 3ଥର ଭଳି ଚଳିତଥର ମଧ୍ୟ ସାଧାରଣ ବଜେଟ ସହ ଆଗତ ହେବ ରେଳ ବଜେଟ । କାରଣ ସରକାର ବଦଳିବା ସହ ପରିବର୍ତ୍ତନ ହୋଇଛି ପରମ୍ପରା । ତେବେ କଣ ଆପଣ ଜାଣନ୍ତି କି ? କିଏ ପ୍ରଥମେ ସ୍ବତନ୍ତ୍ର ରେଳ ବଜେଟ ଆରମ୍ଭ କରିଥିଲା । ଆଉ ଏହା ପଛର ଇତିହାସ କଣ ରହିଛି ?

ସଡକ ମାର୍ଗର ବିଗ ଆଣ୍ଡ ବେଷ୍ଟ ଟ୍ରାନ୍ସପୋର୍ଟ ରେଳ । ଇଂରେଜଙ୍କ ହାତରେ ହୋଇଥିଲା ଏହାର ଶୁଭାରମ୍ଭ । ଆଉ ସେହି ଇଂରେଜ ହିଁ 1924ରେ ସର୍ବପ୍ରଥମେ ସ୍ବତନ୍ତ୍ର ରେଳ ବଜେଟ ଉପସ୍ଥାପନ କରିଥିଲେ । ସେତେବଳେ ସାଧାରଣ ବଜେଟର 70 ପ୍ରତିଶତ କେବଳ ରେଳକୁ ଯାଉଥିଲା । ଏହା ପୂର୍ବରୁ 1860ରୁ ନେଇ 1924 ପର୍ଯ୍ୟନ୍ତ ସାଧାରଣ ମଧ୍ୟରେ ହିଁ ରେଳ ବଜେଟକୁ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ପୁଣି 2017ରେ ଅରୁଣ ଜେଟଲୀ ମିଶ୍ରିତ ବଜେଟ ଉପସ୍ଥାପନ କରି ପ୍ରଥମ ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ହାତେଇଥିଲା ।

ପ୍ରଥମ କରି ତତତକାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ସ୍ବତନ୍ତ୍ର ରେଳ ବଜେଟରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପ୍ରସ୍ତାବ ଦେଇଥିଲେ । ଯଦି 2ଟି ବଜେଟର ବିଲୟ ହୁଏ ତେବେ ଆଗମୀ ଦିନରେ ଦେଶକୁ ଆର୍ଥିକ ଫାଇଦା ମିଳିବ ବୋଲି ସୁରେଶ ଯୁକ୍ତି ବାଢିଥିଲେ ।

ଏହା ଦ୍ବାରା କଣ ରହିଛି ଫାଇଦା

  1. ପ୍ରଥମତଃ ସାଧାରଣ ସହ ରେଳ ବଜେଟ ମିଶିବା ଫଳରେ ନଗଦ ସମସ୍ୟା ଦୂର ହେଲା । ଯେଉଁଥିପାଇଁ ପ୍ରତିବର୍ଷ ପାଖାପାଖୀ 10 କୋଟି ଟଙ୍କା ବଞ୍ଚୁଛି ।
  2. ଦ୍ବିତୀୟରେ ଏହି 2 ବଜେଟର ମିଶ୍ରଣ ପରେ ରେଲୱେ ରାଜସ୍ବ ଡେଫିସିଟ ଓ କ୍ୟାପିଟାଲ ଏକ୍ସପେଣ୍ଡିଚରକୁ ଅର୍ଥମନ୍ତ୍ରାଣଳୟକୁ ପଠାଇ ଦିଆଗଲା ।
  3. ରେଲୱେ ନିଜ ଆୟରୁ ତା କର୍ମଚାରୀଙ୍କୁ ଟଙ୍କା ଦେଉଛି । ଆଉ ସେ ଯେଉଁ ଋଣ ନିଏ , ତା ସରକାରଙ୍କୁ ଭରିବାକୁ ପଡିଥାଏ । କିନ୍ତୁ ଏହି ମର୍ଜର ଦ୍ବାରା ସରକାରଙ୍କ ଋଣ ଭାର ମଧ୍ୟ କମିଗଲା ।

ରେଳ ବଜେଟ ସହ ଜଡିତ କିଛି ରୋଚକ ତଥ୍ୟ -

ଭାରତୀୟ ରେଳକୁ ଫାଇଲନ୍ସାସିଆଲ ଷ୍ଟେଟମେଣ୍ଟ ପ୍ରତିବର୍ଷ ଦିଆଯାଇଥାଏ । ଯାହାକୁ ରେଳ ବଜେଟ କୁହାଯାଏ । ଏହାକୁ ଦେଶର ରେଳମନ୍ତ୍ରୀ ସାଧାରଣ ବଜେଟର କିଛି ଦିନ ପୂର୍ବରୁ ସଂସଦରେ ଉପସ୍ଥାପନ କରୁଥିଲେ । ରେଳ ବଜେଟ ଲୋକସଭାରେ ଧନ ବିଧେୟକ ଭାବେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଦ୍ବାରା ପ୍ରସ୍ତୁତ କରାଯାଉଥିଲା । ଭାରତୀୟ ସମ୍ବିଧାନରେ ରେଳ ବଜେଟ ସମ୍ପର୍କରେ ଆଦୌ ବର୍ଣ୍ଣିତ ହୋଇନାହିଁ । ଏଥିଯୋଗୁଁ ସମ୍ବିଧାନର ଅନୁଚ୍ଛେଦ 112 ଓ 204 ଅନ୍ତର୍ଗତ ଲୋକସଭାରେ ଆଗତ ଓ ମଞ୍ଜୁରୀ ଦିଆଯାଇଥାଏ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ 6 ଥର ଧରି ରେଳ ବଜେଟ ଉପସ୍ଥାପନ କରି ରେକର୍ଡ କରିଥିଲେ । ସେ ୟୁପିଏ ସରକାର ମଧ୍ୟରେ 2004ରୁ 2009 ମଧ୍ୟରେ ରେଳ ମନ୍ତ୍ରୀ ରହିଥିଲେ । ସେହିପରି ମମତା ବାନାର୍ଜୀ ରେଳ ବଜେଟ ଉପସ୍ଥାପନ କରିଥିବା ପ୍ରଥମ ରେଳ ମନ୍ତ୍ରୀ ଥିଲେ । 2002 ରେ ସେ ସଂସଦରେ ରେଳ ବଜେଟ ଆଣିଥିଲେ । ସୁରେଶ ପ୍ରଭୁ ମଧ୍ୟ ଶେଷ ରେଳ ବଜେଟ 2016 ଫେବୃଆରୀ 25ରେ ଉପସ୍ଥାପନ କରିଥିଲେ । ଏହା ପରେ ଅରୁଣ ଜେଟଲୀ ପ୍ରଥମ ଅର୍ଥମନ୍ତ୍ରୀ ଥିଲେ , ଯିଏ କି ସଂଯୁକ୍ତ ବଜେଟ ଉପସ୍ଥାପନ କରି ନୂଆ ଇତିହାସ ରଚିଥିଲେ ।

Intro:Body:

FGDFGS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.