ETV Bharat / business

ବେହାଲ ବଜାର, 3.53 ଲକ୍ଷ କୋଟି ହରାଇଲେ ନିବେଶକ

କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ନିବେଶକ ହରାଇଲେ 3.53 ଲକ୍ଷ କୋଟି ଟଙ୍କା । ହେଲେ କିଛି ଷ୍ଟକ ନିବେଶକ ଅକ୍ସିଜେନ ନାଁ ଥିବା କମ୍ପାନୀର ବ୍ୟବସାୟ ଯାଞ୍ଚ ବିନା କରୁଛନ୍ତି ମୋଟା ଅଙ୍କର ନିବେଶ । ଅଧିକ ପଢନ୍ତୁ..

author img

By

Published : Apr 19, 2021, 10:58 PM IST

ବେହାଲ ବଜାର, 3.53 ଲକ୍ଷ କୋଟି ହରାଇଲେ ନିବେଶକ
ବେହାଲ ବଜାର, 3.53 ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ: ଦେଶରେ କୋଭିଡ ସଂକ୍ରମଣ ମାମଲା ବଢିବା ସହ ବଜାରରେ ଦେଖାଦେଇଛି ଆତଙ୍କର ବାତାବରଣ । ଭୟଭୀତ ନିବେଶକ ଅନିଶ୍ଚିତତା ଭିତରେ ଟଙ୍କା ନିବେଶ ପାଇଁ ହେଉଛନ୍ତି କୁନ୍ଥକୁନ୍ଥ । ଏଭଳି ସ୍ଥିତିରେ ସୋମବାର ପୁଞ୍ଜିବଜାରରେ ସେୟାର ସୂଚକାଙ୍କ ପ୍ରବଳ ହ୍ରାସ ହୋଇଛି । ଫଳରେ ନିବେଶକଙ୍କ 3.53 ଲକ୍ଷ କୋଟି ଟଙ୍କା ବୁଡିଯାଇଛି । ସେପଟେ ନିବେଶକ ଅଧିକ ପ୍ରଫିଟ ଲକ୍ଷ୍ୟରେ ଅକ୍ସିଜେନ ଷ୍ଟକରେ ପ୍ରବଳ ନିବେଶ କରୁଛନ୍ତି ।

ବିଏସଇ ସେନସେକ୍ସ କାରବାର ସମୟରେ ସୋମବାର 1,469.32 ପଏଣ୍ଟ ହ୍ରାସ ହୋଇଛି । ସେପଟେ ବଜାରରେ ବ୍ୟାପକ ସେଲଅଫ ମଧ୍ୟରେ ବିଏସଇ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜିକରଣ 3,53,420.76 କୋଟି ଟଙ୍କା ହ୍ରାସ ହୋଇ 2,01,77,325.24 କୋଟି ଟଙ୍କା ଅଛି ।

ପାୱାରଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ , ଓଏନଜିସି, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ବଜାଜ ଫିସସର୍ଭ ର ସେୟାର ପ୍ରବଳ ହ୍ରାସ ହୋଇଛି । କେବଳ ଡ. ରେଡ୍ଡୀଜ ଓ ଇମ୍ଫୋସିସ ଭଳି ଦୁଇ ପ୍ରମୁଖ ସେୟାର ଉପରମୁହାଁ ଅଛି ।

COVID-19 ମହାମାରୀ ମଧ୍ୟରେ ଅକ୍ସିଜେନର ପ୍ରବଳ ଚାହିଦା ରହିଥିବାରୁ କିଛି ଷ୍ଟକ୍ ନିବେଶକ ସେହି କମ୍ପାନୀଗୁଡିକରେ ବିନିଯୋଗ କରୁଛନ୍ତି ଯେଉଁମାନଙ୍କ ନାମରେ ଅମ୍ଳଜାନ ଅଛି, ଏପରିକି ସେହି କମ୍ପାନୀଗୁଡିକର ପ୍ରକୃତ ବ୍ୟବସାୟ ବି ଯାଞ୍ଚ କରୁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.