ମୁମ୍ବାଇ: କୋଭିଡ-19 ଭ୍ୟାକ୍ସିନ ବିତରଣରେ ବିଳମ୍ବ ହେଲେ ଖସିପାରେ 2021-22 ଆର୍ଥିକ ବର୍ଷର ଅଭିବୃଦ୍ଧି ହାର । ଏଥିସହ ଦରଦାମ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିର ସ୍ଥିତି ଦୁର୍ବଳ ହେବା ସହ ରିଜର୍ଭ ବ୍ୟାଙ୍କ ଜୁନ ସୁଦ୍ଧା ରେପୋରେଟ ଦରରେ 50 ବେସିସ ପଏଣ୍ଟ (ଅଧା ପ୍ରତିଶତ) ହ୍ରାସ କରିପାରେ । ଏକ ବିଦେଶୀ ବ୍ରୋକରେଜ କମ୍ପାନୀ ବିଓଏଫଏ ସିକ୍ୟୁରିଜ ବୁଧବାର ଏ ନେଇ ଆକଳନ କରିଛି ।
ବିଓଏଫଏ ସିକ୍ୟୁରିଜ କହିଛି ଯଦି ନୂଆ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ଭ୍ୟାକ୍ସିନ ବିତରଣ ପୁରା ହୋଇଯାଏ, ତେବେ ଜିଡିପି ବୃଦ୍ଧି ଦର 9 ପ୍ରତିଶତ ରହିପାରେ । କିନ୍ତୁ ଯଦି ବିତରଣ ଦ୍ବିତୀୟ ଛଅମାସ (ଅକ୍ଟୋବର-ମାର୍ଚ୍ଚ) ଯାଏଁ ବଢିବ, ତେବେ ଏହା କେବଳ 6 ପ୍ରତିଶତ ରହିବ । ବ୍ରୋକରେଜ ଫର୍ମର ଅନୁମାନ ରହିଛି କି ଚଳିତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 6.7 ପ୍ରତିଶତ ହ୍ରାସ ହେବ । ଯେତବେଳେ କି ସରକାରଙ୍କ ଅନୁମାନ 7.7 ପ୍ରତିଶତ କମ ନେଇ ରହିଛି ।
ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ଡିସେମ୍ବରରେ ହ୍ରାସ ହୋଇ 4.6 ପ୍ରତିଶତ ପର୍ଯ୍ୟନ୍ତ ଖସିବା ପରେ ଅର୍ଥନୀତିଜ୍ଞ ଇନ୍ଦନୀଲ ସେନା ଗୁପ୍ତା କହିଛନ୍ତି କି ବିଓଏଫଏ ଅନୁମାନ କରିଛି କି ଆରବିଆଇ ଜୁନ ପୂର୍ବରୁ ରେପୋରେଟ ହାର 50 ବେସିସ ପଏଣ୍ଟ କମ କରିବ । ଯାହା ପରେ ଏଥିରେ ପୁଣି ବୃଦ୍ଧି ପ୍ରକ୍ରିୟା ଜାରି ରହିବ ।
ତେବେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଓ ହୋଲସେଲ ମୂଲ୍ୟ ସୂଚକାଙ୍କ ମଧ୍ୟରେ ପାର୍ଥକ୍ୟ ଯୋଗାଣ ପକ୍ଷର ପ୍ରତିବନ୍ଧକକୁ ଦର୍ଶାଉଛି ବୋଲି ଗୁପ୍ତା କହିଛନ୍ତି । ଅଭିବୃଦ୍ଧି ଦୃଷ୍ଟିକୋଣରୁ ଭାରତ ଆସନ୍ତା ଦଶକରେ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବ ବୋଲି ବ୍ରୋକରେଜ ଫର୍ମ କରିଛି ।
ଟିକା ବଣ୍ଟନରେ ବିଳମ୍ବ ହେଲେ 6 ପ୍ରତିଶତକୁ ଖସିପାରେ ଜିଡିପି - brokerage
ମୁଦ୍ରାସ୍ଫୀତିର ସ୍ଥିତି ଦୁର୍ବଳ ହେବା ସହ ରିଜର୍ଭ ବ୍ୟାଙ୍କ ଜୁନ ସୁଦ୍ଧା ରେପୋରେଟ ଦରରେ 50 ବେସିସ ପଏଣ୍ଟ (ଅଧା ପ୍ରତିଶତ) ହ୍ରାସ କରିପାରେ । ଏକ ବିଦେଶୀ ବ୍ରୋକରେଜ କମ୍ପାନୀ ବିଓଏଫଏ ସିକ୍ୟୁରିଜ ବୁଧବାର ଏ ନେଇ ଆକଳନ କରିଛି । ଅଧିକ ପଢନ୍ତୁ...