ETV Bharat / business

ବଢିଚାଲିଛି ସୁନା ଦାମ, ରୂପା କିଲୋ 54,200 ଟଙ୍କା - gold price hike

ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ଯୋଗୁଁ ମଙ୍ଗଳବାର ଠାରୁ ସୁନା କ୍ରୟ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଏପଟେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ଭଳି ଅନିଶ୍ଚିତତା ମଧ୍ୟରେ ସୁନା ଦାମ ବଢିବାରେ ଲାଗିଛି । ଅଧିକ ପଢନ୍ତୁ..

ବଢିଚାଲିଛି ସୁନା ଦାମ, ରୂପା କିଲୋ 54,200 ଟଙ୍କା

author img

By

Published : Jul 15, 2020, 9:27 PM IST

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁର ଦାମ ବୃଦ୍ଧି ସହ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ବୁଧବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 244 ଟଙ୍କା ବଢିଛି । ଫଲରେ 10 ଗ୍ରାମ ସୁନା ଏବେ 50,230 ଟଙ୍କାରେ ପହଞ୍ଚିଛି ।

ସେହିପରି ରୂପା କିଲୋ 673 ଟଙ୍କା ବଢି 54,200 ଟଙ୍କାର କାରବାର ବନ୍ଦ କରିଛି । ସୁରକ୍ଷିତ ନିବେଶ ଭାବେ ସୁନାର ଚାହିଦା ବଢୁଥିବାରୁ ଦାମ ବଢିଚାଲିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1,813 ଡଲାର ଓ ରୂପା 19.35 ଡଲାରକୁ ବୃଦ୍ଧି ପାଇଛି । ଏଚଡିଏଫସି ସିକ୍ୟୁରିଟିର ବରିଷ୍ଠ ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ଯୋଗୁଁ ମଙ୍ଗଳବାର ଠାରୁ ସୁନା କ୍ରୟ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। କୋରୋନା ଭାଇରସ ମାମଲା ବୃଦ୍ଧି ହେତୁ ସୁନା ଦାମ ବଢିବାକୁ ସମର୍ଥନ ମିଳୁଛି ।

ମଙ୍ଗଳବାର ଘରୋଇ ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 49,986 ଟଙ୍କା ରହିଥିବା ବେଳେ ରୂପା କିଲୋ 53,527 ଟଙ୍କା ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.