ETV Bharat / business

କମିଲା ସୁନା ଓ ରୂପା ଦାମ

author img

By

Published : Jun 3, 2020, 9:06 PM IST

ଆଶ୍ବସ୍ତି ! 10 ଗ୍ରାମ ସୁନା ପିଛା 600 ଟଙ୍କା ଖସିଥିବା ବେଳେ କିଲେ ରୂପା ଦାମ 48,830 ଟଙ୍କା ରହିଛି । ଅଧିକ ପଢନ୍ତୁ..

Gold prices today fall again after slumping ₹600 per 10 gram
କମିଲା ସୁନା ଓ ରୂପା ଦାମ

ନୂଆଦିଲ୍ଲୀ: ଆକାଶଛୁଆଁ ସୁନା ଦାମ ବୃଦ୍ଧିରେ ଲାଗିଛି ବ୍ରେକ । କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ଖସିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ହ୍ରାସ ପାଇବା ପରେ ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡିଛି ।

ବୁଧବାର 10 ଗ୍ରାମ ସୁନା ଦାମ 556 ଟଙ୍କା ହ୍ରାସ ପାଇ 46,470 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା 1,500ଟଙ୍କା କମି 48,830 ଟଙ୍କା ରହିଛି ।

ଭାରତରେ ସୁନା ଦାମ ଉପରେ 12.5 ପ୍ରତିଶତ ଆମଦାନୀ ଶୁଳ୍କ ଓ 3 ପ୍ରତିଶତ ଜିଏସଟି ସାମିଲ ରହିଥାଏ ।

ଅନ୍ତରାଷ୍ଟ୍ରୀୟ ବଜାର ସ୍ଥିତି ଦେଖିବାକୁ ଗଲେ ବୁଧବାର ସୁନା ଦାମ ହ୍ରାସ ପାଇଛି । କାରଣ ଇକ୍ୟୁଟି ବଜାର ଅର୍ଥବ୍ୟବସ୍ଥାକୁ ପୁଣି ଖୋଲିବାକୁ ନେଇ ଆଶ୍ବସ୍ତ ଅଛି । ଆଉନ୍ସ ପିଛା ସୁନା ଦାମ 1,722.93 ଡଲାରକୁ ହ୍ରାସ ପାଇଥିବା ବେଳେ ରୂପା 17.98 ଡଲାର ରହିଛି । ତେବେ ପ୍ଲାଟିନମ ଦାମ 0.1 ପ୍ରତିଶତ ବଢିଛି ।

ପ୍ରକାଶ ଯେ, ଅଧିକାଂଶ ସମୟରେ ରାଜନୈତିକ ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ବିକଳ୍ପ ନିବେଶ ଭାବେ ସୁନାରେ ଟଙ୍କା ଲଗାନ୍ତି ନିବେଶ । ହେଲେ ଆମେରିକାରେ ବିରୋଧ ପ୍ରଦର୍ଶନ ଯୋଗୁଁ ଡଲାର ତୁଳନାରେ ଟଙ୍କାର ମୁଲ୍ୟ ମଜବୁତ ହୋଇଛି । ଫଳରେ ମୁଲ୍ୟବାନ ଧାତୁ ଦାମ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.