ମୁମ୍ବାଇ: କୋରାନା ଭାଇରସ ଝଡ ବଜାର ବେହାଲ କରିବା ପରେ ଭାରତୀୟ ସରଫରା ବଜାରକୁ ହୁଲସ୍ତୁଲ କରି ରଖିଛି । ସୁନା ଦାମ 10 ଗ୍ରାମ ପିଛା 2,000 ଏବଂ ରୂପା କିଲୋ ପିଛା 6,000 ଟଙ୍କାରୁ ଅଧିକ ହ୍ରାସ ପାଇଛି । ଫଳରେ ହୁ ହୁ ବଢୁଥିବା ସୁନା ଦାମ ଏବେ ଭାରୀ ମାତ୍ରାରେ ତଳକୁ ଖସିଛି ।
ଦିଲ୍ଲୀ ସରଫରା ବଜାରରେ ଏବେ ସୁନା ଦାମ 10 ଗ୍ରାମ ପିଛା 40,000 ଟଙ୍କାରୁ କମ ରହିଥିବା ବେଳେ ରୂପା କିଲୋ 36,640 ଟଙ୍କାକୁ ଖସିଛି ।
ଡିଆ ବୁଲିଅନ ଏବଂ ଜୁଏଲର୍ସ ଆସୋସିଏସନ (ଆଇବିଜେଏ)ର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ ଷ୍ଟକ୍ ମାର୍କେଟ ଖସିବା ସମୟରେ ନିବେଶକମାନଙ୍କ ପାଇଁ ସୁନା ଓ ରୂପା ସଙ୍କଟମୋଚନ ସାବ୍ୟସ୍ଥ ହୋଇଥିଲା । ସେମାନେ ନିଜ ସୁନା ଓ ରୂପା ବିକ୍ରୟ କରି ନିଗତ ଆବଶ୍ୟକତା ପୂରଣ କରୁଥିଲେ ।
ଦେଶର ସରଫରା ବଜାରରେ ସୁନା ଦାମ ଗତ ସପ୍ତାହରେ 10 ଗ୍ରାମ ପିଛା 42,017 ଟଙ୍କାରୁ 2,022 ଟଙ୍କା ହ୍ରାସ ପାଇ 39,995 ରେ ପହଞ୍ଚିଛି । ସେପଟେ ଶୁକ୍ରବାର ରୂପା ଦାମ ମଧ୍ୟ କିଲୋ ପିଛା 43,085 ଟଙ୍କା ରହିଥିଲା ବେଳେ ଏବେ 6,445 ଟଙ୍କା କମି 36,640ରେ ପହଞ୍ଚିଛି ।