ETV Bharat / business

ସର୍ବକାଳୀନ ରେକର୍ଡ: 40ହଜାର ଡେଇଁଲା ସୁନା - 40ହଜାର ଡେଇଁଲା ସୁନା

ଆମେରିକା ଓ ଚୀନ ଟ୍ରେଡୱାର ବୁଝାମଣାରେ ଅନିଶ୍ଚିତତା ପ୍ରଭାବରେ ବଜାର ବେଲଗାମ । ଗହଣା ଦର ଆକାଶଛୁଆଁ । 40ହଜାର ଡେଇଁଲା ସୁନା। ସେହିପରି ରୂପା ବି 50 ହଜାର ନିକଟତର ।

ପ୍ରତିକାତ୍ମକ ଫଟୋ
author img

By

Published : Aug 30, 2019, 9:44 AM IST

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡରେ ସୁନା । ପ୍ରଥମ ଥର 40 ହଜାର ଟପିଲା ସୁନା ଦର । ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଓ ଆମେରିକା-ଚୀନ ବାଣିଜ୍ୟିକ ଆଲୋଚନାର ଅନିଶ୍ଚିତତା ଭିତରେ ବଜାର ହୁଲସ୍ତୁଲ।ସେୟାର ବଜାର ଅପେକ୍ଷା ଲୋକେ ସୁନାରେ ଅଧିକ ନିବେଶ ପାଇଁ ଇଚ୍ଛା କରୁଛନ୍ତି । ଫଳରେ ଲଗାତାର ସୁନା ଓ ରୂପା ଦର ହୁ ହୁ ହୋଇ ବଢିଚାଲିଛି।

ଗୁରୁବାର 10 ଗ୍ରାମ ସୁନା ଦାର 250 ଟଙ୍କା ବଢି 40,220ରେ ପହଞ୍ଚିଛି । ସେପଟେ ରୂପା ବି କିଲୋପିଛା 200 ଟଙ୍କା ବଢି 49,050ରହିଛି । ରାଷ୍ଟ୍ରୀୟ ରାଜଧାନୀରେ 99.9 ପ୍ରତିଶତ ଓ 99.5 ପ୍ରତିଶତ ଶୁଦ୍ଧ ସୁନା ଦାମ 10 ଗ୍ରାମ ପିଛା 250 ଲେଖାଁଏ ବଢି 40,220 ଓ 40,050ଟଙ୍କାକୁ ଛୁଇଁଛି । ଆଗକୁ ପର୍ବଣ ଋତୁ। ଏଥିଯୋଗୁଁ ଗହଣା ଚାହିଦା ଅଧିକ ବଢୁଛି । ଆଉ ଚାହିଦା ବୃଦ୍ଧି ଯୋଗୁଁ ଦାମ ବି ସେହି ଅନୁୟାୟୀ ବୃଦ୍ଧି ପାଇଛି । ତବେ ବର୍ଦ୍ଧିତ ସୁନା ଦରର ପ୍ରଭାବ ଅଧିକ ମାତ୍ରାରେ ମଧ୍ୟବିତ୍ତଙ୍କ ଉପରେ ପଡୁଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.