ETV Bharat / business

କମିଲା ସୁନା ଦାମ, ଆଶ୍ବସ୍ତି ଗ୍ରାହକ

author img

By

Published : Nov 24, 2020, 8:15 PM IST

କେବଳ ସୁନା ନୁହେଁ, ରୂପା ଦାମ ମଧ୍ୟ ହ୍ରାସ ହୋଇଛି । ଆଗାମୀ ଦିନରେ ବିବାହ ତିଥି ରହିଥିଲା ବେଳେ ସୁନା-ରୂପା ଦାମ ହ୍ରାସ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ।

କମିଲା ସୁନା ଦାମ
କମିଲା ସୁନା ଦାମ

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ଓ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଯୋଗୁଁ ଖସିଛି ସୁନା ଦର । କେବଳ ସୁନା ନୁହେଁ, ରୂପା ଦାମ ମଧ୍ୟ ହ୍ରାସ ହୋଇଛି । ଆଗାମୀ ଦିନରେ ବିବାହ ତିଥି ରହିଥିଲାବେଳେ ସୁନା-ରୂପା ଦାମ ହ୍ରାସ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ।

ମଙ୍ଗଳବାର ସୁନା ଦାମ 10 ଗ୍ରାମ ପ୍ରତି 1,049 ଟଙ୍କା ହ୍ରାସ ହୋଇ 48,569 ଟଙ୍କା ରହିଛି ।

ପୂର୍ବ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 49,618 ଟଙ୍କା ରହିଛି । ସେପଟେ ଆଜି ରୂପା ଦାମ ମଧ୍ୟ କିଲୋ ପ୍ରତି 1,588 ଟଙ୍କା କମି 59,301 ଟଙ୍କାରେ ପହଞ୍ଚିଛି । ଗତ କାରବାର ଦିବସରେ ରୂପା ଦାମ କିଲୋ ପ୍ରତି 60,889 ଟଙ୍କା ଥିଲା ।

ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଦାମ ଆଉନ୍ସ ପିଛା 1,830 ଡଲାର ରହିଛି । ସେହିଭଳି ରୂପା ଆଉନ୍ସ 23.42 ଡଲାର ଅଛି । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ‘‘ କୋଭିଡ-19 ଟିକା ଆଶାର ଆଶା ବଢିବା ଓ ଆମେରିକା ରାଷ୍ଟ୍ରପତି ପଦ ବାଇଡେନ ସମ୍ଭାଳିବା ସହ ବଜାରରେ ଉତ୍ସାହ ଆସିଛି । ଫଳରେ ପୁଞ୍ଜି ବଜାରରେ ପ୍ରଫିଟ ଓ ସୁନା ଦାମ ହ୍ରାସ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.