ETV Bharat / business

ପୁଣି ଉପରମୁହାଁ ଅଶୋଧିତ ତୈଳ, ବ୍ୟାରେଲ 43 ଡଲାର - Crude oil regains momentum

କୋରୋନା ଟିକା ଆସିବା ସମ୍ଭାବନା ବଢୁଛି । ତା ସାଙ୍ଗକୁ ବୃଦ୍ଧି ହେଉଛି ଅଶୋଧିତ ତୈଳ ଦାମ । ଅଧିକ ପଢନ୍ତୁ..

Crude oil regains momentum, Brent oil at 43 dollars per barrel

author img

By

Published : Nov 16, 2020, 10:43 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପରେ ଲଗାମ ସହ ଭ୍ୟାକ୍ସିନ ଆଣିବା ଦିଗରେ ପ୍ରଗତି ଦ୍ବାରା ସୁଧୁରୁଛି ଅର୍ଥବ୍ୟବସ୍ଥା । ଯାହାଦ୍ବାରା ଅଶୋଧିତ ତୈଳ ବୃଦ୍ଧି ପାଇବାରେ ଲାଗିଛି ।

ବେଞ୍ଚମାର୍କ ଅଶୋଧିତ ତୈଳ ବ୍ରେଣ୍ଟ କ୍ରୁଡ ଦାମ ବ୍ୟାରେଲ ପ୍ରତି 43 ଡଲାର ପାର କରିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୋମବାର ଲଗାତାର ଦ୍ବିତୀୟ କାରବାର ଦିନରେ ଅଶୋଧିତ ତୈଳ ଦାମ ବୃଦ୍ଧି ହୋଇଛି ।

ବଜାର ବିଶେଷଜ୍ଞ କହିଛନ୍ତି କି, ଚୀନ ଓ ଜାପାନରେ ଆର୍ଥିକ ଗତିବିଧି ବଢିବା ଦ୍ବାରା ତେଲ କଞ୍ଜମ୍ପସନରେ ବୃଦ୍ଧି ହେବା ଆଶା ବଢିଛି । ଯେଉଁଥିପାଇଁ ଦାମରେ ବୃଦ୍ଧି ଜାରି ରହିପାରେ । ବିଶେଷ କରି ଚୀନ ଓ ଜାପାନରେ ଭଲ ଆର୍ଥିକ ରିପୋର୍ଟ ଆସିବା ପରେ ତେଲ ଦାମକୁ ସମର୍ଥନ ମିଳିଛି ।

ଅନ୍ତଃରାଷ୍ଟ୍ରୀୟ ଫ୍ୟୁଚର ବଜାର ଇଣ୍ଟରକଣ୍ଟିନେଟଲ ଏକ୍ସଚେଞ୍ଜର ଡିସେମ୍ବର ମାସରେ ଅଶୋଧିତ ତୈଳ ଦାମ 1.45 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 40.71 ଡଲାର କାରବାର ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.