ETV Bharat / business

ବଢିଲା ଅଶୋଧିତ ତୈଳ ଦାମ

author img

By

Published : Apr 7, 2020, 7:05 PM IST

ସାଉଦି ଆରବ ଓ ଋଣ ମଧ୍ୟରେ ବୁଝାମଣା ଆଶାରେ ପୁଣି ବଢିଲା ଅଶୋଧିତ ତୈଳ ଦାମ ଏଥିଯୋଗୁଁ ଆମଦାନୀ ଖର୍ଚ୍ଚ ବଢିବା ସହ ଭାରତରେ ପେଟ୍ରୋଲ ଓ ଡିଜେଲ ଦାମ ବି ମହଙ୍ଗା ହେବ !

crude oil prices up on expectation of production cut
ବଢିଲା ଅଶୋଧି ତୈଳ ଦାମ

ନୂଆଦିଲ୍ଲୀ: ବଢିଲା ଅଶୋଧିତ ତୈଳ ଦାମ । ଓପେକ ଓ ଏହାର ସହଯୋଗୀ ଦେଶ ମଧ୍ୟରେ ତେଲ ଉତ୍ପାଦନ ହ୍ରାସ ନେଇ ସହମତି ହେବା ଆଶାରେ ମଙ୍ଗଳବାର ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧି ତୈଳ ଦାମ ବୃଦ୍ଧି ପାଇଛି ।

ଏହା ପୂର୍ବରୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ମଧ୍ୟରେ କୌଣସି ବୁଝମଣା ହେଉନଥିବା ମଧ୍ୟରେ ତେଲ ଦାମ ହ୍ରାସ ପାଉଥିଲା । ତେବେ ଏ ନେଇ ଗୁରୁବାର ବୈଠକ ବସିବ ।

ମଙ୍ଗଳବାର ସକାଳେ ଏସିଆରେ କାରବାର ସମୟରେ ଅନ୍ତରାଷ୍ଟ୍ରୀୟ ମାନକ ବ୍ରେଣ୍ଟ କ୍ରୁଡ(ଅଶୋଧିତ ତୈଳ) ବ୍ୟାରେଲ ପିଛା 281 ପ୍ରତିଶତ ବଢି 33.98 ଡଲାରରେ କାରବାର କରୁଥିଲା ।

ଗତ ସପ୍ତାହରେ ଅଶୋଧିତ ତୈଳ ଦାମ 18 ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିଲା । ସାଉଦିଆରବ ଓ ଋଷ ମଧ୍ୟରେ ଚାଲିଥିବା ପ୍ରାଇସ ୱାର ଯୋଗୁଁ ଏହି ହ୍ରାସ ହୋଇଥିଲା । ଏଥିସହ କୋରୋନା ଭାଇରସ ସଂକ୍ରମଣ ଭୟରେ ଜାରି ଥିବା ଲକଡାଉନ ଯୋଗୁଁ ଅଶୋଧିତ ତୈଳ ଶସ୍ତା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.