ETV Bharat / business

ଲକଡାଉନ 2.0 , ଏପ୍ରିଲରେ ମାରୁତୀର ବେପାର ଶୂନ - କୋଭିଡ୍ 19

ଲକଡାଉନ 2.0 ରେ ଅଖଚକ ସବୁ ବନ୍ଦ। ତାଲା ବନ୍ଦରେ ରହୁଛି ଭାରତ। ଏହି ଘଡିସନ୍ଧି ମୁହୁର୍ତ୍ତରେ ଦେଶର ସର୍ବବୃହତ କାର୍ ମିର୍ମାତା କମ୍ପାନୀ ମାରୁତୀ ସୁଜୁକିର ବିକ୍ରି ହୋଇନି ଗୋଟିଏ ବି କାର୍।

car
ଲକଡାଉନ 2.0 , ଏପ୍ରିଲରେ ମାରୁତିର ବେପାର ଶୂନ
author img

By

Published : May 1, 2020, 11:06 AM IST

ନୂଆଦିଲ୍ଲୀ: ଲକଡାଉନ 2.0 ରେ ଅଖଚକ ସବୁ ବନ୍ଦ। ତାଲା ବନ୍ଦରେ ରହୁଛି ଭାରତ। ତେବେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଦେଶର ସର୍ବବୃହତ କାର୍ ମିର୍ମାତା କମ୍ପାନୀ ମାରୁତୀ ସୁଜୁକିର ବିକ୍ରି ହୋଇନି ଗୋଟିଏ ବି କାର୍। ଯାହା ଅସମ୍ଭବ, ଅବିଶ୍ବନୀୟ ଲାଗୁଛି ହେଲେ ସତ।

ସୂଚନା ଥାଉକି, ଦେଶର ବୃହତ୍ତମ କାର ନିର୍ମାତା କମ୍ପାନୀ ମାରୁତୀ ସୁଜୁକି ଇଣ୍ଡିଆ ଶୁକ୍ରବାର ଦିନ କହିଛି ଯେ କୋରୋନାଭାଇରସକୁ ପ୍ରତିହତ କରିବାକୁ ଦେଶବ୍ୟାପୀ ଲକଡାଉନ ପଡିବା ଫଳରେ ଏପ୍ରିଲ 2020 ରେ ଘରୋଇ ବଜାରରେ ଡିଲରମାନଙ୍କ ସହ କୌଣସି କାରବାର ହୋଇନାହିଁ। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ତାଲାବନ୍ଦ ଓ ସରକାରଙ୍କ କଡା କଟକଣା ପାଇଁ କମ୍ପାନୀ ସମସ୍ତ ଉତ୍ପାଦନ ବନ୍ଦ କରିବାର ପ୍ରଭାବ ଏହା ଉପରେ ପଡିଛି।

ତାଲାବନ୍ଦ ଫଳରେ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି। ଉତ୍ପାଦନ ଠାରୁ ଆରମ୍ଭ କରି ବିକ୍ରୟ ପର୍ଯ୍ୟନ୍ତ ସବୁ କିଛି ଘାଟା ସହୁଛି। ଏହି ସମୟରେ ଦେଶର ସବୁଠୁ ବଡ କମ୍ପାନୀ ଗୋଟିଏ କାର୍ ବିକ୍ରି କରିନପାରିବା ଦେଶର ଆର୍ଥିକ ସ୍ଥିତି ଏବଂ ଶ୍ରମିକଙ୍କ ଅଭାବକୁ ସ୍ପଷ୍ଟ ସୂଚାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.