ETV Bharat / business

54,199 ଟଙ୍କା ଛୁଇଁଲା ସୁନା ଦାମ - 54,199 ଟଙ୍କା ଛୁଇଁଲା ସୁନା ଦାମ

କୋରୋନା ସଙ୍କଟ ଓ କାରବାର ଅନିଶ୍ଚିତତା ମଧ୍ୟରେ ସୁରକ୍ଷିତ ନିବେଶ କାରଣରୁ ସୁନାର ଚାହିଦା ବଢିଚାଲିଛି । ସେପଟେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ବି ବଢିଚାଲିଛି । ଅଧିକ ପଢନ୍ତୁ..

Bull run continues: Gold touches Rs 54,199 in futures market

author img

By

Published : Aug 3, 2020, 6:43 PM IST

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବଢିଚାଲିଛି । ଏହାର ପ୍ରଭାବରେ ଘରୋଇ ସୁନା ଫ୍ୟୁଚର ବଜାରରେ ସୁନା ମହଙ୍ଗା ହୋଇଛି ସେପଟେ ରୂପା ଦାମ ମଧ୍ୟ କିଲୋ ପିଛା 65,690 ଟଙ୍କାକୁ ବଢିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସକ୍ରିୟ ଅକ୍ଟୋବର ଅନୁବନ୍ଧରେ ସୁନା ଦାମ 10 ଗ୍ରାମ ପିଛା 53,670 ସର୍ବୋଚ୍ଚ ସ୍ତର ଛୁଇଁଥିଲା ବେଳେ ଅଗଷ୍ଟ ଅନୁବନ୍ଧରେ 10 ଗ୍ରାମ ସୁନା 54,199 ଟଙ୍କା ରହିଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ସମଗ୍ର ବିଶ୍ବରେ ଚିନ୍ତ ବଢିଛି । ଏଥିମଧ୍ୟରେ ନିବେଶକ ବିପଦ ମୁଣ୍ଡାଇବାକୁ ନାରାଜ । ଫଳରେ ସୁନା ଚାହିଦା ବଢୁଛି । ଏଥିସହ ଦାମ ବି ବଢିଚାଲିଛି । ସୁରକ୍ଷିତ ନିବେଶ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।

ସ୍ପଟ ଗୋଲ୍ଡ ଆସୋସିଏସନ ଟ୍ରେଡରେ ପ୍ରତି ଆଉନ୍ସ 1984.66 ଡଲାର ସହ ରେକର୍ଡ କରିବା ପରେ ପୁଣି 1973.94 ଡଲାରରେ କାରବାର ବନ୍ଦ କରିଛି । ତେବେ ଆଗକୁ ଅନିଶ୍ଚିତତା ମଧ୍ୟ ସୁନା ଦାମ 2 ହଜାର ଡଲାର ଟପିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.