ETV Bharat / business

ଜାଣନ୍ତୁ ବଜେଟ ଡିକ୍ସନାରୀର ଜରୁରୀ ଶବ୍ଦ - Indirect

ବଜେଟରେ ଏପରି ବହୁ ଶବ୍ଦ ରହିଛି ଯାହା ସମସ୍ତେ ଜାଣିନାହାନ୍ତି । କିନ୍ତୁ ଜଣେ ନାଗରିକ ହିସାବରେ ଦେଶର ବ୍ୟୟ ଓ ଆୟ ସମ୍ପର୍କରେ କିଛିଟା ଜାଣିବା ଆବଶ୍ୟକ ରହିଛି । କାରଣ ଏଥିରୁ ହିଁ ତ ନିର୍ଦ୍ଧାରଣ ହେବ ଆପଣଙ୍କ ଘରର ବଜେଟ ଅଟକଳ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 10, 2019, 8:39 PM IST

ନୂଆଦିଲ୍ଲୀ: ବଜେଟ ଅପେକ୍ଷାରେ ସମଗ୍ର ଦେଶ । ନୂଆ ସରକାରଙ୍କ ଅଧିନରେ ଜୁଲାଇ 5ରେ ଆଗତ ହେବ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ନୂଆ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ଆୟବ୍ୟୟ ଅଟକଳ ହିସାବନିକାଶ । ଏଥିପାଇଁ 11ରୁ 23 ପର୍ଯ୍ୟନ୍ତ ବ୍ୟାଙ୍କର୍ସଙ୍କ ଠାରୁ ଅର୍ଥନୀତିଜ୍ଞ ସମସ୍ତଙ୍କ ପରାମର୍ଶ ଲୋଡିବେ ସୀତାରମଣ । ବିଶେଷ କରି ଆୟ, ବ୍ୟୟ ଓ ନିଅଣ୍ଟର ହେବ ସମୀକ୍ଷା । ତେବେ ଏ ସମ୍ପର୍କରେ ଏତେଟା ଅବଗତ ନୁହଁନ୍ତି ସାଧାରଣ ଜନତା ।

ବଜେଟରେ ଏପରି ବହୁ ଶବ୍ଦ ରହିଛି ଯାହାକୁ ସମସ୍ତେ ଜାଣିନାହାନ୍ତି । କିନ୍ତୁ ଜଣେ ନାଗରିକ ହିସାବରେ ଦେଶର ବ୍ୟୟ ଓ ଆୟ ସମ୍ପର୍କରେ କିଛିଟା ଜାଣିବା ଆବଶ୍ୟକ ରହିଛି । କାରଣ ଏଥିରୁ ହିଁ ତ ନିର୍ଦ୍ଧାରଣ ହେବ ଆପଣଙ୍କ ଘରର ବଜେଟ ଅଟକଳ ।

ବଜେଟ ଡିକ୍ସନାରୀ-

  • ପ୍ରତ୍ୟକ୍ଷ କର (Direct taxes):କୌଣସି ବ୍ୟକ୍ତି କିମ୍ବା ସଂସ୍ଥାନର ଆୟ ଓ ସେମାନଙ୍କ ଉତ୍ସ ଉପରେ ଆୟକର, କର୍ପୋରେଟ ଟ୍ୟାକ୍ସ ଓ କ୍ୟାପିଟାଲ ଗେନ ଟ୍ୟାକ୍ସ ଓ ଇନହେରିଣ୍ଟେସ ଟ୍ୟାକ୍ସ ଜରିଆରେ ଦେବାକୁ ପଡୁଥିବା ଦେୟକୁ ପ୍ରତ୍ୟକ୍ଷ କର କୁହାଯାଏ ।
  • ପରୋକ୍ଷ କର (Indirect taxes): ଉତ୍ପାଦିତ ବସ୍ତୁ ଓ ଆମଦାନୀ- ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ ଓ ସେବା ଶୁଳ୍କକୁ ପରୋକ୍ଷ କର କୁହାଯାଏ ।
  • ବଜେଟ ଘାଟା (Budgetary deficit): ଖର୍ଚ୍ଚ ତୁଳନାରେ ଆୟ କମ ହେଲେ ନିଅଣ୍ଟ ବଢିଥାଏ ।
  • ରାଜକୋଷୀୟ ଘାଟା ତଥା ଆର୍ଥିକ ନିଅଣ୍ଟ (Fiscal deficit): ମୋଟ ଖର୍ଚ୍ଚ ଓ ରାଜସ୍ବ ମଧ୍ୟରେ ଥିବା ଅନ୍ତରକୁ ରାଜକୋଷୀୟ ଘାଟା କୁହାଯାଏ ।
  • ଆୟକର(Income tax): ଆୟ ହେଉଥିବା ପରିମାଣ ଉପରେ ଦିଆଯାଉଥିବା ଦେୟକୁ ଆୟକର କୁହାଯାଏ ।
  • କର୍ପୋରେଟ ଟ୍ୟାକ୍ସ(Corporate tax): ବିଭିନ୍ନ ସଂସ୍ଥା ଓ ଫାର୍ମ ଉପରେ ଦିଆଯାଉଥିବା କରକୁ କର୍ପୋରେଟ ଟ୍ୟାକ୍ସ କୁହାଯାଏ । ଏଥିରୁ ସରକାରଙ୍କୁ ଅଧିକ ପରିମାଣରେ ରାଜସ୍ବ ମିଳିଥାଏ । କିନ୍ତୁ ଜିଏସଟି ପରଠାରୁ ଏହା ଏକକ କର ଅନ୍ତର୍ଭୁକ୍ତ ରହିଛି ।
  • ଉତ୍ପାଦ ଶୁଳ୍କ(Excise duties): ଦେଶ ମଧ୍ୟରେ ତିଆରି ହେଉଥିବା ସମସ୍ତ ଉତ୍ପାଦ ଉପରେ ଲାଗୁ ହୋଇଥିବା ଟିକସକୁ ଉତ୍ପାଦ ଟ୍ୟାକ୍ସ କୁହାଯାଏ । ଏବେ ଏହାକୁ ଜିଏସଟି ଅନ୍ତଭୁକ୍ତ କରିଦିଆଯାଇଛି ।
  • ସୀମା ଶୁଳ୍କ (Customs duties): ଯାହା ଦେଶ ମଧ୍ୟରେ ଆମଦାନୀ କରି ବାହାରକୁ ରପ୍ତାନୀ କରାଯାଏ , ତାହା ଉପରେ ଆଦାୟ କରାଯାଉଥିବା ଟ୍ୟାକ୍ସକୁ ସୀମା ଶୁଳ୍କ କୁହାଯାଏ ।
  • ଜିଡିପି(GDP): ଗୋଟିଏ ଆର୍ଥିକ ବର୍ଷରେ ଦେଶ ମଧ୍ୟରେ ଉତ୍ପାଦିତ ମୋଟ ବସ୍ତୁ ଓ ସେବାର ସମିଶ୍ରଣ ଜିଡିପି ( ମୋଟ ଘେରାଉ ଉତ୍ପାଦ) ।
  • ବଣ୍ଡBond): ଏହା ଋଣର ଏକ ସାର୍ଟିଫିକେଟ । ଯାହାକୁ କୌଣସି ସରକାର ଓ କର୍ପୋରେସନ ଜାରି କରିଥାଏ । ଯେପରି ଏଥିରୁ ଭାରୀ ମାତ୍ରାରେ ଟଙ୍କା ଏକତ୍ର କରାଯାଇଥାଏ ।
  • ବାଲାନ୍ସ ଅଫ ପେମେଣ୍ଟ(Balanced budget):ଦେଶ ଓ ବାକି ଦୁନିଆ ମଧ୍ୟରେ ହେବାକୁ ଥିବା ଆର୍ଥିକ ନେଣଦେଣ ସନ୍ତୁଳନକୁ ବାଲାନ୍ସ ଅଫ ପେମେଣ୍ଟ କୁହାଯାଏ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.