ETV Bharat / business

ପୁଣି ବଢିଲା ବିମାନ ଇନ୍ଧନ ଦାମ - ତେଲ ଦାମ

6 ସପ୍ତାହରେ ଏଟିଏଫ ଦାମ 4 ଥର ବଢିଲା । ଗୁଗୁରା ବିମାନ ଇନ୍ଧନ ଦାମ 1.5 ପ୍ରତିଶତ ବୃଦ୍ଧି ହୋଇଛି । ଏପେଟ ପେଟ୍ରୋଲ ଓ ଡିଜେଲ ଦାମ ଆଜି ସ୍ଥିର ରହିଛି । ଅଧିକ ପଢନ୍ତୁ..

ପୁଣି ବଢିଲା ବିମାନ ଇନ୍ଧନ ଦାମ
ପୁଣି ବଢିଲା ବିମାନ ଇନ୍ଧନ ଦାମ
author img

By

Published : Jul 16, 2020, 7:17 PM IST

ନୂଆଦିଲ୍ଲୀ: ବଢିଲା ବିମାନ ଇନ୍ଧନ ଦାମ । ଗୁରୁବାର ଏଟିଏଫ ଦାମରେ 1.5 ପ୍ରତିଶତ ବୃଦ୍ଧି ହୋଇଛି । ଏହାକୁ ମିଶାଇ ଗତ 6 ସପ୍ତାହରେ ଏଟିଏଫ ଦାମ 4 ଥର ବଢିଛି । ଏପେଟେ ଆଜି ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି ।

ସାର୍ବଜନୀନ କ୍ଷେତ୍ରର ତୈଳ ମାର୍କେଟିଂ କମ୍ପାନୀଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ଏଟିଏଫ ମୂଲ୍ୟ କିଲୋଲିଟ ପ୍ରତି 635.47 ଟଙ୍କା ବା 1.5 ପ୍ରତିଶତ ବୃଦ୍ଧି ପାଇ 42,628.28 ଟଙ୍କା ହୋଇଛି। ଏହା ପୂର୍ବରୁ ଜୁନ 1ରେ ଏଟିଏଫ ଦାମ 56.6 ପ୍ରତିଶତ ( ପ୍ରତି କିଲୋଲିଟ 12,126.75 ଟଙ୍କା) ସହ ରେକର୍ଡ ବୃଦ୍ଧି ହୋଇଥିଲା । ଏହା ପରେ ଜୁନ 16 ରେ ଏହାର ଦାମ କିଲୋଲିଟର ପ୍ରତି 5,494.5 ଟଙ୍କା ଓ ଜୁଲାଇରେ 2,922.94 ଟଙ୍କା ବୃଦ୍ଧି ହୋଇଛି ।

ଏଟିଏଫ ଦାମକୁ ପ୍ରତି ମାସର ପ୍ରଥମ ଓ 16 ତାରିଖରେ ପରିବର୍ତ୍ତନ କରାଯାଇଥାଏ । ଏହାକୁ ସ୍ଥିର କରିବା ପାଇଁ ମୁଦ୍ରା ବିନିମୟ ମୁଲ୍ୟ ଓ ଅନ୍ତରାଷ୍ଟ୍ରୀୟ ଦର ହାରାହାରିକୁ ଦୃଷ୍ଟିରେ ରଖାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.