ETV Bharat / business

୨୦୨୧ରେ ରେକର୍ଡ ଭାଙ୍ଗିଛି IPO, ୧.୧୯ ଲକ୍ଷ କୋଟି ସଂଗ୍ରହ କରିଛନ୍ତି କମ୍ପାନୀ - ମାର୍କେଟ ଅପଡେଟ୍

କୋଭିଡ ଭୟାବହତା ମଧ୍ୟରେ ଆଇପିଓ(IPO) ପାଇଁ ବେଶ୍ ଶୁଭଙ୍କର ରହିଥିଲା ୨୦୨୧ । ଆଇଫିଓ ଜାରି କରି ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି ୬୩ କମ୍ପାନୀ । ଯାହା ଯେକୌଣସି ବର୍ଷ ତୁଳନାରେ ସର୍ବାଧିକ । ଅଧିକ ପଢନ୍ତୁ

୨୦୨୧ରେ ରେକର୍ଡ ଭାଙ୍ଗିଛି IPO, ୧.୧୯ ଲକ୍ଷ କୋଟି ସଂଗ୍ରହ କରିଛନ୍ତି କମ୍ପାନୀ

author img

By

Published : Dec 28, 2021, 8:24 AM IST

Updated : Dec 28, 2021, 8:43 AM IST

ମୁମ୍ବାଇ: ୨୦୨୧ରେ ଅନେକ ଦୁର୍ଦ୍ଦିନ ଦେଖିଛି ଜାତୀୟ ଅର୍ଥନୀତି । କୋଭିଡର ପ୍ରହାରରେ ବାଣିଜ୍ୟକ କାରବାରଠୁ ଆରମ୍ଭ କରି ଉତ୍ପାଦନ, ନିଯୁକ୍ତି କ୍ଷେତ୍ର ଖୁବ୍ ପ୍ରଭାବିତ ହୋଇ ରାଜସ୍ବ ହାନି ଘଟିଥିଲା । ଷ୍ଟକ ବଜାର ବି ଧରାଶାୟୀ ହୋଇପଡିଥିଲା । ସୂଚକାଙ୍କ ହ୍ରାସ ସହ ବିପୁଳ କ୍ଷତି ସହିଥିଲେ ନିବେଶକ । ହେଲେ ଆଇପିଓ(ଇନିସିଆଲ ପବ୍ଲିକ ଅଫର) ପାଇଁ ଖୁବ୍ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା ୨୦୨୧ । କାରଣ ଚଳିତ ବର୍ଷ ଆଇପିଓ(IPO) ସବୁ ରେକର୍ଡ ଅତିକ୍ରମ କରିଥିଲା । ଏ ବର୍ଷ ୬୩ଟି କମ୍ପାନୀ IPO ଜାରି କରି ଏବେ ସୁଦ୍ଧା ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ୨୦୨୦ ଅପେକ୍ଷା ୨୦୨୧ରେ ୪.୫ ଗୁଣ ଅଧିକ IPO ସଂଗ୍ରହ ହୋଇଛି । ପ୍ରାଇମ ଡାଟା ବେସ୍ ପକ୍ଷରୁ ଜାରି ରିପୋର୍ଟରେ ଏହା କୁହାଯାଇଛି ।

୨୦୨୦ରେ, ୧୫ଟି କମ୍ପାନୀ ପବ୍ଲିକ ଷ୍ଟକରୁ ୨୬, ୬୧୩ କୋଟି ଟଙ୍କା ସଂଗ୍ରହ କରିଥିଲେ । ସେହିପରି ୨୦୧୭ରେ ୩୬ କମ୍ପାନୀ IPO ଜାରି କରି ଷ୍ଟକ ବଜାରରୁ ପ୍ରାୟ ୬୮, ୮୨୭ କୋଟି ଉଠାଇ ଥିଲେ । ମାର୍କେଟ ସହଭାଗୀମାନେ(Market participants) ଆଶା କରୁଛନ୍ତି କି, ନିକଟ ଅତୀତରେ କିଛି ଦୁର୍ବଳ ଲିଷ୍ଟିଂ ସତ୍ତ୍ବେ ବି ବଜାରରେ ଏହି ଉତ୍ସାହ ଆଗକୁ ଜାରି ରହିବ ।

ନିକଟରେ ଭାରତୀୟ ପ୍ରତିଭୂତି ଏବଂ ବିନିୟମ ବୋର୍ଡ(SEBI) ଠାରୁ ୩୫ଟି କମ୍ପାନୀକୁ ୫୦ ହଜାର କୋଟି ଟଙ୍କାର IPO ପାଇଁ ମଞ୍ଜୁରୀ ମିଳିଛି । ଅନ୍ୟ ୩୩ଟି କମ୍ପାନୀ ୬୦ ହଜାର କୋଟି IPO ଲାଗି ନିଜର ଅଫର ଡକ୍ୟୁମେଣ୍ଟ ଫାଇଲ କରିଛନ୍ତି ଏବଂ SEBIର ଅନୁମୋଦନ ପାଇଁ ଅପେକ୍ଷାରତ ଅଛନ୍ତି ।

ଚଳିତ ବର୍ଷ ୧୮,୩୦୦ କୋଟି ଟଙ୍କାର ସବୁଠୁ ବଡ ଆଇପିଓ ସହ ମାର୍କେଟରେ ଏଣ୍ଟ୍ରି ମାରିଥିଲା Paytm । Zomato ଏବଂ Nykaa ମଧ୍ୟ ୨୦୨୧ରେ ଡେବ୍ୟୁ କରିଥିଲେ ।

Last Updated : Dec 28, 2021, 8:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.