ETV Bharat / business

ଭାରତ-ଚୀନ ତିକ୍ତତା ମଧ୍ୟରେ ମହାରାଷ୍ଟ୍ରରେ ଚୀନର 5,000 କୋଟି ନିବେଶ - ବିବାଦ ମଧ୍ୟରେ ମହାରାଷ୍ଟ୍ରରେ ଚୀନର 5,000 କୋଟି ନିବେଶ

ଭାରତ-ଚୀନ ସୀମାରେ ବିବାଦ ଉପୁଜିଥିବାବେଳେ ଚୀନ ମହାରାଷ୍ଟ୍ରରେ 5000 କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ କରୁଛି । ମହାରାଷ୍ଟ୍ର ସରକାର ‘ମ୍ୟାଗ୍ନେଟିକ ମହାରାଷ୍ଟ୍ର 2.0’ ଯୋଜନାରେ ବିଭିନ୍ନ ଶିଳ୍ପ ସ୍ଥାପନ ପାଇଁ ତିନୋଟି ଚୀନ କମ୍ପାନୀ ସହିତ 16,000 କୋଟି ଟଙ୍କାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । ଅଧିକ ପଢନ୍ତୁ...

ବିବାଦ ମଧ୍ୟରେ ମହାରାଷ୍ଟ୍ରରେ ଚୀନର 5,000 କୋଟି ନିବେଶ

author img

By

Published : Jun 17, 2020, 2:45 PM IST

ମୁମ୍ବାଇ: ଭାରତ-ଚୀନ ସୀମାରେ ବିବାଦ ଉପୁଜିଥିବାବେଳେ ଚୀନ ମହାରାଷ୍ଟ୍ରରେ 5000 କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ କରୁଛି । ମହାରାଷ୍ଟ୍ର ସରକାର ‘ମ୍ୟାଗ୍ନେଟିକ ମହାରାଷ୍ଟ୍ର 2.0’ ଯୋଜନାରେ ବିଭିନ୍ନ ଶିଳ୍ପ ସ୍ଥାପନ ପାଇଁ ତିନୋଟି ଚୀନ କମ୍ପାନୀ ସହିତ 16,000 କୋଟି ଟଙ୍କାର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ।

ମହାରାଷ୍ଟ୍ରରେ ପୁଞ୍ଜିନିବେଶ କରିବାକୁ ଥିବା ଚୀନ କମ୍ପାନୀଗୁଡିକ ହେଲା:

1. ହେଙ୍ଗଲି ଇଞ୍ଜିନିୟରିଂ:

ପୁଣେର ତାଲେଗାଓଁରେ ହେଙ୍ଗଲି ଇଞ୍ଜିନିୟରିଂ ନିଜର ଦ୍ବିତୀୟ ପର୍ଯ୍ୟାୟ ଶିଳ୍ପ ସମ୍ପ୍ରସାରଣର ଅଂଶ ଭାବେ 250 କୋଟି ଟଙ୍କା ବିନିଯୋଗ କରିବ । ଯାହା 150 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

2. ପିଏମଆଇ ଇଲୋକ୍ଟ୍ରୋ ମୋବିଲିଟି ସଲ୍ୟୁସନ ସହ ଫୋଟନ(ଚୀନ) ଯୁଗ୍ମ ନିବେଶ:

ଏହି ପୁଞ୍ଜି ନିବେଶରେ କମ୍ପାନୀ 1000 କୋଟି ଟଙ୍କା ବିନିଯୋଗ କରିବ । ପ୍ରକଳ୍ପ ଦ୍ବାରା 1,500 ଲୋକ ନିଯୁକ୍ତି ପାଇପାରିବେ ।

3. ଗ୍ରେଟ ୱାଲ ମୋଟର (GWM):

ପୁଣେ ନିକଟସ୍ଥ ତାଲେଗାଓଁରେ ଅଟୋମୋବାଇଲ କାରଖାନା ସ୍ଥାପନ ପାଇଁ ଗ୍ରେଟ ୱାଲ ମୋଟର 3,770 କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଯାହା 3000ରୁ ଅଧିକ ଲୋକଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ରହିବ । ଏହି କମ୍ପାନୀ ଭାରତରେ ପର୍ଯ୍ୟାୟକ୍ରମେ 1 ବିଲିୟନ ଡ଼ଲାର (ପ୍ରାୟ 7,600 କୋଟି ଟଙ୍କା) ବିନିଯୋଗ କରିଛି।

ତାଲେଗାଓଁ କାରଖାନାର ଉତ୍ପାଦନ ପ୍ରକ୍ରିୟାରେ ଆଡଭାନ୍ସ ରୋବୋଟିକ୍ସ ଟେକ୍ନୋଲୋଜି ବ୍ୟବହୃତ ହେବ ବୋଲି ଗ୍ରେଟ ୱାଲ ମୋଟରର ଭାରତୀୟ ପରିଚାଳନା ନିର୍ଦ୍ଦେଶକ ପାର୍କର ସି ଏକ ବିବୃତ୍ତିରେ କହିଛନ୍ତି ।

ସେ କହିଛନ୍ତି, ‘ସମୁଦାୟ ଭାବେ ଆମେ ଭାରତରେ 1 ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ପାଇଁ ଚୁକ୍ତିବଦ୍ଧ ହୋଇଛୁ । ଯାହା ବିଶ୍ବସ୍ତରରେ ଇଣ୍ଟେଲିଜେନ୍ସ ଓ ପ୍ରିମିୟମ୍ ପ୍ରଡକ୍ଟ, ଗବେଷଣା ଓ ବିକାଶ କେନ୍ଦ୍ର, ଯୋଗାଣ ସୁତ୍ରର ନିର୍ମାଣ ଓ ପର୍ଯ୍ୟାୟକ୍ରମେ 3000ରୁ ଅଧିକ ଲୋକଙ୍କୁ ଚାକିରି ମିଳିବ ।’

ଚଳିତବର୍ଷ ଜାନୁଆରୀରେ ଜିଡବ୍ଲ୍ୟୁଏମ କାରଖାନା ଅଧିଗ୍ରହଣ ପାଇଁ ଜିଏମ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲା । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଯାନ ଓ ଏସୟୁଭି ମଡେଲ ଉତ୍ପାଦନ କରିବ ।

ସୂଚନାଯୋଗ୍ୟ, ଜୁନ 15 ରାତିରେ ଲଦାଖର ଗାଲୱାନ ଉପତ୍ୟକାର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ନିକଟରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ପକ୍ଷରୁ 20 ଜଣ ସୈନିକ ଶହୀଦ ହୋଇଛନ୍ତି । ସେହିପରି ଚୀନ ପକ୍ଷରୁ ମଧ୍ୟ 40ରୁ ଅଧିକ ସୈନିକ ମୃତାହତ ହୋଇଥିବା କୁହାଯାଉଛି । ଏହାଦ୍ବାରା ଭାରତ-ଚୀନ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଛି । ତେଣୁ ଏହା ପୁଞ୍ଜିନିବେଶ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

(PTI ଇନପୁଟ ସହିତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.