ETV Bharat / business

ବଜେଟ: ହାଉସିଂ ସେକ୍ଟରକୁ ଗୁରୁତ୍ବ, ଶସ୍ତା ହେବ ଘର

ହାଉସିଂ ସେକ୍ଟର ପାଇଁ ବଜେଟରେ ବଡ ଘୋଷଣା । ଆଶା କରାଯାଉଛି ନିର୍ମଳାଙ୍କ ଏହି ଲୋକଭାମୁଖୀ ବଜେଟ ଗୃହ କ୍ରେତାଙ୍କୁ ଫାଇଦା ମିଳିବ ।

author img

By

Published : Jul 5, 2019, 2:44 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ହାଉସିଂ ସେକ୍ଟର ପାଇଁ ବଜେଟରେ ବଡ ଘୋଷଣା । ଆଶା କରାଯାଉଛି ନିର୍ମଳାଙ୍କ ଏହି ଲୋକଭାମୁଖୀ ବଜେଟ ଗୃହ କ୍ରେତାଙ୍କୁ ସହାୟକ ହେବ ।

ବଜେଟରେ ହାଉସିଂ ସେକ୍ଟର ପାଇଁ ଖାସ ବ୍ୟବସ୍ଥା

  • ଏଣିକି 3.5 ଲକ୍ଷ ହାଉସିଂ ଋଣ ଉପରେ ସୁଧ ଛାଡ ହେବ । ପୂର୍ବରୁ ଏହା 2 ଲକ୍ଷ ରହିଥିଲା
  • ସେହିପରି 45 ଲକ୍ଷ ଟଙ୍କାର ଘର କ୍ରୟ ଉପରେ ଅତିରିକ୍ତ 1.5 ଲକ୍ଷ ଟଙ୍କା ଛାଡ
  • 2.5 ଲକ୍ଷ ପର୍ଯ୍ୟନ୍ତ ଇଲୋକ୍ଟ୍ରନିକ ଯାନ କ୍ରୟ ଉପରେ ରିହାତି ମିଳିବ
  • ଇ-ଯାନ ଉପରେ ଜିଏସଟି 12 ରୁ ହ୍ରାସ ପାଇ 5 ପ୍ରତିଶତ ହୋଇଛି
  • ସେହିପରି ଇ-ଯାନ କିଣିଲେ ଆୟକରରେ 1.5 ଲକ୍ଷ ଛାଡ ମିଳିବ

ନୂଆଦିଲ୍ଲୀ: ହାଉସିଂ ସେକ୍ଟର ପାଇଁ ବଜେଟରେ ବଡ ଘୋଷଣା । ଆଶା କରାଯାଉଛି ନିର୍ମଳାଙ୍କ ଏହି ଲୋକଭାମୁଖୀ ବଜେଟ ଗୃହ କ୍ରେତାଙ୍କୁ ସହାୟକ ହେବ ।

ବଜେଟରେ ହାଉସିଂ ସେକ୍ଟର ପାଇଁ ଖାସ ବ୍ୟବସ୍ଥା

  • ଏଣିକି 3.5 ଲକ୍ଷ ହାଉସିଂ ଋଣ ଉପରେ ସୁଧ ଛାଡ ହେବ । ପୂର୍ବରୁ ଏହା 2 ଲକ୍ଷ ରହିଥିଲା
  • ସେହିପରି 45 ଲକ୍ଷ ଟଙ୍କାର ଘର କ୍ରୟ ଉପରେ ଅତିରିକ୍ତ 1.5 ଲକ୍ଷ ଟଙ୍କା ଛାଡ
  • 2.5 ଲକ୍ଷ ପର୍ଯ୍ୟନ୍ତ ଇଲୋକ୍ଟ୍ରନିକ ଯାନ କ୍ରୟ ଉପରେ ରିହାତି ମିଳିବ
  • ଇ-ଯାନ ଉପରେ ଜିଏସଟି 12 ରୁ ହ୍ରାସ ପାଇ 5 ପ୍ରତିଶତ ହୋଇଛି
  • ସେହିପରି ଇ-ଯାନ କିଣିଲେ ଆୟକରରେ 1.5 ଲକ୍ଷ ଛାଡ ମିଳିବ
Intro:ଏଙ୍କର-ସୁବର୍ଣ୍ଣପୁର ସହର ଦିନକୁ ଦିନ ମରୂଭୂଇଁରେ ପରିଣତ ହେଉଛି ।ସହରରେ ଥିବା ପୁରୁଣା ଗଛସବୁ ଉନ୍ନୟନ ନାଁରେ କାଟି ଦିଆଯାଇଛି ।ଏବେ ସହରର ବିଭିନ୍ନ ରାସ୍ତା ପ୍ରଶସ୍ତି କରଣ ନାଁରେ ନୂତନ ଗଛସବୁ କାଟିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ସହରର ମହାନଦୀରୁ ତେଲନଦୀ ଯାଏଁ ଫୋର ଲେନ ରାସ୍ତା ପାଇଁ ପ୍ରାୟ 8 ବର୍ଷ ତଳେ ଲାଗିଥିବା ଗଛସବୁ ଗୃହ ଓ ପୂର୍ତ୍ତ ବିଭାଗ କାଟିବା ପାଇଁ ନିଷ୍ପତ୍ତି ନେଇଛି ।ଫଳରେ ଏବେ ସହର ବୃକ୍ଷ ଶୂନ୍ୟ ହେବାକୁ ଯାଉଛି ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଗ୍ରୀନ ମହାନଦୀ ମିଶନ ଫେଲ ମାରିଥିବା ଦେଖିବାକୁ ମିଳୁଛି ।Body:ଭିଓ-1-ଐତିହାସୀକ ସୁବର୍ଣ୍ଣପୁର ସହର ଏବେ ମରୁଭୂଇଁରେ ପରିଣତ ହେବାକୁ ଯାଉଛି ।ସହରରେ ଲାଗିଥିବା କୃଷ୍ଣଚୁଡା ,ରାଧାଚୁଡା ତଥା ପଲାଶ ବଣ ନିଶ୍ଚିହ୍ନ ହୋଇ ସାରିଛି ।ସହରର ପୁରୁଣା ଗଛ ସବୁ ରାସ୍ତାର ଉନ୍ନତି କରଣ ନାଁରେ କାଟି ଦିଆଯାଇଛି ।ଏବେ ପ୍ରାୟ 8 ବର୍ଷ ତଳେ ଲଗା ଯାଇଥିବା ଗଛସବୁରେ କୁରାଢୀ ଲଗାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।ରାସ୍ତା ପ୍ରଶସ୍ତି କରଣ ପାଇଁ ପ୍ରାୟ 11 ଶହ ଗଛ କାଟିବା ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି ।ସହରର ମହାନଦୀରୁ ତେଲନଦୀ ଯାଏଁ ରାସ୍ତା ପ୍ରଶସ୍ତି କରଣ ପାଇଁ ଏହି ଗଛ ସବୁରେ କୁରାଢୀ ବସିବ ।ଯାହାକୁ ସହରର ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ବୁଦ୍ଧିଜିବୀ ମହଲରେ ତୀବ୍ର ବିରୋଧ ହେଉଛି ।ଏହି ରାସ୍ତାର ଉଭୟ ପାର୍ଶ୍ବରେ ବନ ବିଭାଗ ପକ୍ଷରୁ ଜାମ୍ବୁ ,ନିମ୍ବ ,ଛତିଆନ ,ପାତଳୀ ,ପିସ୍ତାବାଦାମ ଓ ସୁନାରୀ ଆଦି ଗଛ ଲଗାଯାଇଥିଲା ।ହେଲେ ଗଛସବୁ କାଟିବା ପାଇଁ ଗଣତି ଆରମ୍ଭ ହେବା ପରେ ଏବେ ଏହାର ତୀବ୍ର ବିରୋଧ ହେଉଛି ।ସହରର ମହାନଦୀରୁ ତେଲନଦୀ ରାସ୍ତା ,ସ୍ପିନିଂ ମିଲ ଛକରୁ ଘୋଡାଘାଟ ପଡା ଛକ ,ବସଷ୍ଟାଣ୍ଡରୁ ହସ୍ପିଟାଲ ଛକ ,ନଳିନୀ ଛକରୁ ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପଥ ପ୍ରାନ୍ତ ବନୀକରଣ ଯୋଜନାରେ ଗଛ ଲଗା ଯାଇଥିଲା ।ହେଲେ ରାସ୍ତା ପ୍ରଶସ୍ତି କରଣ ପାଇଁ ଅନେକ ଗଛ କାଟି ଦିଆଯାଇଛି ।ସେହିପରି ସହରର ପଲାଶ ବଣ ନିଶ୍ଚିନ୍ନ ହୋଇ ଯାଇଛି ।ଏବେ ବର୍ଷା ଋତୁରେ ଗଛ ଲଗାଇବା ଦିନରେ ଗଛ କାଟିବା ପରି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ସହରବାସୀ ।
ବାଇଟ-1-ଗୋରେଖନାଥ ସାହୁ ,ବୁଦ୍ଧିଜିବୀ ,ସୁବର୍ଣ୍ଣପୁର ।
ବାଇଟ-2-ବଳଦେବ ବେଦବାଗ ,ଆଇନଜିବୀ ,ସୁବର୍ଣ୍ଣପୁର ।Conclusion:ଭିଓ-2-ସହରରେ ବର୍ଷକୁ ବର୍ଷ ଉତ୍ତାପ ବଢୁଛି ।ଲୋକେ ଗ୍ରୀଷ୍ଣରେ ଗଛର ଛାଇ ଟିକିଏ ଖୋଜୁଛନ୍ତି ।ଯେଉଁ ସହର ମହାନଦୀ ଓ ତେଲନଦୀ ସଂଗମରେ ସବୁଜ ବନାନୀରେ ଭରପୁର ଥିଲା ଓ ଲୋକେ ଆରାମ ଦାୟକ ଗ୍ରୀଷ୍ଣର ମଜା ନେଉଥିଲେ ,ତାହା ଏବେ ତତଲା କଢେଇରେ ପରିଣତ ହୋଇଛି ।ଏହି ବେଳାରେ ଗଛ କାଟିବା ପରି ନିଷ୍ପତ୍ତି ପ୍ରଶାସନର ଅଦୂରଦର୍ଶିତାର ସୂଚକ ହୋଇଛି ।ଅପରପକ୍ଷରେ ଗଛସବୁ ନ କାଟି ସେସବୁକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରା ଯାଉଥିବା ଜିଲ୍ଲା ବନ ଅଧିକାରୀ କହିଛନ୍ତି ।ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗକୁ ଗଛ କାଟିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ।
ବାଇଟ-3-ସୁଶାନ୍ତ କୁମାର ସାମନ୍ତରାୟ ,ଜିଲ୍ଲା ବନ ଅଧିକାରୀ ,ସୁବର୍ଣ୍ଣପୁର ।
ଫାଭିଓ-ଏବେ ସାରା ସହରରେ ଗଛ ଲଗାଇବା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି ।ଏହି ବେଳାରେ ଗଛ କାଟିବା ପରି ନିଷ୍ପତ୍ତି ପ୍ରଶାସନ ପାଇଁ ମୁର୍ଖତାର ପରିଚୟ ସୃଷ୍ଟି କରିବ ନିଶ୍ଚୟ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.