ETV Bharat / business

କୋଭିଡ ମାଡରେ ଗଭୀର ମାନ୍ଦାବସ୍ଥାରେ ଜୁଝୁଛି ଦୁନିଆ: ବିଶ୍ବବ୍ୟାଙ୍କ - World Bank

1930ର ମହା ମାନ୍ଦାବସ୍ଥା ପରେ ସବୁଠୁ ବଡ ସଙ୍କଟରେ ପ୍ରଭାବିତ ବିଶ୍ବ ଅର୍ଥବ୍ୟବସ୍ଥା । ଅର୍ଥନୀତି ମନ୍ଥର ଯୋଗୁଁ ବିଶ୍ବବାସୀ ଏବେ ସଙ୍କଟର ସାମ୍ନା କରୁଛନ୍ତି । ଅଧିକ ପଢନ୍ତୁ..

କୋଭିଡ ମାଡରେ ଗଭୀର ମାନ୍ଦାବସ୍ଥାରେ ଜୁଝୁଛି ଦୁନିଆ: ବିଶ୍ବବ୍ୟାଙ୍କ

author img

By

Published : Oct 16, 2020, 4:23 PM IST

ୱାଶିଂଟନ: କୋରୋନା ଭାଇରସ ମହାମାରୀ ଯୋଗୁଁ ଦୁନିଆ 1930 ଦଶକର ମହା ମାନ୍ଦାବସ୍ଥା ପରେ ଗଭୀର ସଙ୍କଟରେ ଜୁଝୁଛି । ମହାମାରୀର ପ୍ରଭାବର ଅନେକ ବିକାଶଶୀଳ ଓ ଗରିବ ଦେଶ ପାଇଁ ‘ଭୟାବହ ଘଟଣା’ ସାବ୍ୟସ୍ତ ହୋଇଛି । ବିଶ୍ବ ବ୍ୟାଙ୍କର ସଭାପତି ଡେଭିଡ ମାଲପାସ ଏନେଇ କହିଛନ୍ତି ।

ସେ ଗଣମାଧ୍ୟମକୁ କହିଛନ୍ତି କି ଆର୍ଥିକ ସଙ୍କୁଚନର ସୀମାକୁ ଦେଖିବାକୁ ଗଲେ ଅନେକ ଦେଶରେ ଋଣ ସଙ୍କଟ ବିପଦ ବଢିଯାଇଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଓ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକ ଅବସରରେ ଗଣାମାଧ୍ୟମକୁ ମାଲପାସ କହିଛନ୍ତି କି , ବିଶ୍ବ ଅର୍ଥବ୍ୟବସ୍ଥାରେ କୋଭିଡ ପ୍ରଭାବ ନେଇ ଏହି ବୈଠକରେ ଆଲୋଚନା ହୋଇଛି ।

ସେ କହିଛନ୍ତି କି, ‘‘ ଏହି ସଙ୍କଟ ବହୁତ ଗଭୀର । ମହାମାନ୍ଦାବସ୍ଥା ପରେ ସବୁଠୁ ବଡ ମାନ୍ଦା ସ୍ଥିତି । ଯାହାକି ଅନେକ ବିକାଶଶୀଳ ଦେଶ ତଥା ଗରିବ ଦେଶର ଲୋକଙ୍କ ପାଇଁ ବାସ୍ତବରେ ଅବସାଦର ଭୟାବହ ଘଟଣା ଅଟେ ।

ତେବେ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ପ୍ରଭାବିତ ଦେଶକୁ ରିଲିଫ ପହଞ୍ଚାଇବା ସହ ଉକ୍ତ ଦେଶର ଅର୍ଥନୀତିକୁ ଭିଟାମିନ ଦେବା । ଏଥିସହ ବିଶ୍ବବ୍ୟାଙ୍କ ଏହି ଦେଶଗୁଡିକ ପାଇଁ ଏକ ବଡ ବୃଦ୍ଧି କାର୍ଯ୍ୟକ୍ରମର ପ୍ରସ୍ତୁତି କରୁଛି ।

ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ, ଏହି ସମୟରେ ‘କେ’ ଆକାରରେ ସୁଧାର ଆସୁଥିବା ବିଶ୍ବବ୍ୟାଙ୍କ ଭାବୁଛି । ‘କେ’ ଆକାରରେ ସୁଧାର ଅର୍ଥ ମାନ୍ଦା ସ୍ଥିତି ପରେ ଦୁନିଆର ବିଭିନ୍ନ ଭାଗରେ ଅଲଗା ଅଲଗା ହାରରେ ସୁଧାର ହେବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.