ETV Bharat / business

covid fight: 15 ମାସରେ 157 ବିଲିୟନ ଡଲାର ସହାୟତା ଦେଇଛି ବିଶ୍ବ ବ୍ୟାଙ୍କ

ମହାମାରୀ ସହ ଲଢେଇ ପାଇଁ ଗତ 15 ମାସରୁ ଉର୍ଦ୍ଧ୍ବ ସମୟ ହେବ ବିଶ୍ବ ବ୍ୟାଙ୍କ 157 ବିଲିୟନ ଡଲାର ଆର୍ଥିକ ସହାୟତା କରିଛି । ଅଧିକ ପଢନ୍ତୁ...

covid fight: 15 ମାସରେ 157 ବିଲିୟନ ଡଲାରର ସହାୟତା ଦେଇଛି ବିଶ୍ବ ବ୍ୟାଙ୍କ

author img

By

Published : Jul 20, 2021, 5:03 PM IST

ୱାସିଂଟନ: ଦୀର୍ଘ ଦିନ ଧରି ମହାମାରୀ କୋଭିଡ-19 ସହ ଲଢେଇ କରୁଛି ବିଶ୍ବ । ଯାହାର ପ୍ରଭାବରେ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ କ୍ଷତି ଘଟିଛି । ଏପରିସ୍ଥଳେ ସ୍ବାସ୍ଥ୍ୟ, ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ମହାମାରୀର ମୁକାବିଲା କରିବାକୁ ବିଶ୍ବ ବ୍ୟାଙ୍କ ଗତ 15 ମାସରୁ ଅଧିକ ସମୟ ହେବ ପ୍ରାୟ 157 ବିଲିୟନ ଡଲାର ଆର୍ଥିକ ସହାୟତା ଦେଇଛି ଏବଂ ଆଗକୁ ମଧ୍ୟ ସହଯୋଗ କରିବାକୁ ପ୍ରତିବଦ୍ଧତା ଜଣାଇଛି ।

ବିଶ୍ବ ବ୍ୟାଙ୍କ ସୋମବାର ଦିନ କହିଛି ଯେ ମହାମାରୀ ପୂର୍ବର 15 ମାସ ତୁଳନାରେ ଏହି ସହାୟତା 60 ପ୍ରତିଶତରୁ ଅଧିକ ।

ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଡାଭିଡ୍ ମାଲପାସ କହିଛନ୍ତି, 'କୋଭିଡ-19 ଆରମ୍ଭ ପରଠାରୁ ବିଶ୍ବ ବ୍ୟାଙ୍କ ରେକର୍ଡ ପରିମାଣର 157 ବିଲିୟନ ଡଲାର ଆର୍ଥିକ ସହାୟତା କରିଛି । କୋଭିଡ ଭଳି ଏକ ଅପ୍ରତ୍ୟାଶିତ ସଙ୍କଟ ପାଇଁ ଏହା ଏକ ବଡ ସହଯୋଗ । ଆମେ ଏହି ମହାମାରୀ କାଳରେ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଆବଶ୍ୟକ ସହାୟତା ଯୋଗାଉଥିବୁ । ଯାହାଦ୍ବାରା ଏହି ରାଷ୍ଟ୍ରଗୁଡିକ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରୁ ବାହାରି ପାରିବେ ।'

ମାଲପାସ ଏହା ମଧ୍ୟ କହିଛନ୍ତି ଯେ ସମୂହ ବିକାଶଶୀଳ ଦେଶଗୁଡିକୁ ସାହାଯ୍ୟ କରିବା କ୍ଷେତ୍ରରେ ବିଶ୍ବବ୍ୟାଙ୍କ ଏକ ଦ୍ରୁତ, ପ୍ରଭାବଶାଳୀ ଏବଂ ଅଭିନବ ମଞ୍ଚ ସାବ୍ୟସ୍ତ ହୋଇଛି । ହେଲେ ଏବେ ବି ଆହୁରି ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏଥିସହ ମାଲପାସ ଟିକାର ସୀମିତ ଉପଲବ୍ଧତା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି । ଯାହାକି ବିକାଶଶୀଳ ରାଷ୍ଟ୍ରର ଜୀବନ ଜୀବିକା ରକ୍ଷା କରିବା ଦିଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.