ଜେନିଭା: କୋରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ବିଫଳ ହେଉଥିବା ଯୋଗାଣ ଶୃଙ୍ଖଳା ବିଫଳତାକୁ ମୁକାବିଲାରେ ବ୍ଲକଚେନ ଟେକ୍ନୋଲୋଜି ସାହାଯ୍ୟ କରିପାରିବ । ଏଥିସହ ମାନ୍ଦାମୁହାଁ ଅର୍ଥନୀତିକୁ ପୁଣି ଟ୍ରାକକୁ ଫେରାଇ ଆଣିବାରେ ମଧ୍ୟ ବଡ ଜରିଆ ସାଜିବ ବୋଲି ମଙ୍ଗଳବାର ବିଶ୍ବ ଆର୍ଥିକ ମଞ୍ଚ ପକ୍ଷରୁ କୁହାଯାଇଛି ।
ଭବିଷ୍ୟତରେ ମହାମାରୀ ମୁକାବିଲା ପ୍ରସ୍ତୁତିରେ ଉନ୍ନତି ଆଣିବା ଏବଂ ଆର୍ଥିକ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ଜେନିଭା ସ୍ଥିତ WEF ଏକ ବ୍ଲକଚେନ ନିୟୋଜିତ ‘ଟୁଲକିଟ’ ରିଲିଜ କରିଛି । ଯାହା ଭବିଷ୍ୟତରେ ମହାମାରୀ ସମ୍ବନ୍ଧୀୟ ପ୍ରସ୍ତୁତି ଓ କୋରୋନା ପରବର୍ତ୍ତୀ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସଙ୍ଗଠନର ସାହାଯ୍ୟ କରିବ । ଏହାର ଉଦ୍ଦେଶ୍ୟ ହେଉଛି ନେତାଙ୍କ ପ୍ରଯୁକ୍ତିବିଦ୍ୟା ବିପଦକୁ ଟାଳିବାରେ ସହଯୋଗ କରିବା ।
WEF ନିଜକୁ ସାର୍ବଜନୀକ-ଘରୋଇ ଭାଗିଦାରୀ ପାଇଁ ଏକ ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ରୂପରେ ବର୍ଣ୍ଣିତ କରିଥାଏ । ଏହା ଦର୍ଶାଇଛି ଯେ, କୋରୋନା ଭାଇରସ ମହାମାରୀ ଭଳି ସଙ୍କଟ ନାଟକୀୟ ରୂପରେ ଯୋଗାଣ ଶୃଙ୍ଖଳାକୁ ସ୍ଥିର ରଖିବା ପାଇଁ ସରକାର ଓ ବ୍ୟବସାୟ ଉପରେ ଚାପ ବଢିଥାଏ ।
ବିୈଶ୍ବିକ ବ୍ୟାପାର ପ୍ରଣାଳୀ ଉପରେ କୋରୋନା ଭାଇରସ ପ୍ରକୋପ ଦ୍ବାରା ସୃଷ୍ଟି ହେଉଥିବା ଚାପ ଅନ୍ତରାଷ୍ଟ୍ରୀୟ ଯୋଗାଣ ଶୃଙ୍ଖଳାର ନମନୀତାକୁ ବଜାୟ ରଖିବା ଏବଂ ମଜବୁତ କରିବାକୁ ବିଶ୍ବ ସହଯୋଗର ଆବଶ୍ୟକତାକୁ ଦର୍ଶାଇଥାଏ ।
WEF କହିଛି ଯେ, ଯୋଗାଣ ଶୃଙ୍ଖଳରେ ନମନୀୟତା ବିଶ୍ୱାସ, ସ୍ୱଚ୍ଛତା ଏବଂ ଅଖଣ୍ଡତା ଉପରେ ନିର୍ଭର କରେ । ଯାହାକି ବ୍ଲକଚେନ ଟେକ୍ନୋଲୋଜିର ମାଧ୍ୟମରେ ଉନ୍ନତ ହୋଇପାରିବ ।
ଏଥିସହ କୁହାଯାଇଛି ଯେ, ବର୍ତ୍ତମାନର ମହାମାରୀ ବ୍ୟବସାୟ ଓ ସରକାରଙ୍କୁ ଔଷଧ, ଚିକିତ୍ସା ଉତ୍ପାଦ ସହ ଖାଦ୍ୟ, ମାଲ ଏବଂ ଔଦୌଗିକ ଓ ଉପଭୋକ୍ତା ଉତ୍ପାଦର ଅଖଣ୍ଡିତ ଏବଂ ସିଦ୍ଧାନ୍ତରେ ସୁଧାର କରିବାକୁ ରେଖାଙ୍କିତ କରୁଛି ।
WEF କହିଛି ଯେ ଶିଳ୍ପସଂସ୍ଥାଗୁଡ଼ିକରେ ବ୍ଲକଚେନ ନିୟୋଜନରୁ ସର୍ବୋତ୍ତମ ଅଭ୍ୟାସ ପାଇଁ ଏକ ବର୍ଷରୁ ଅଧିକ ସମୟ ସରିସାରିଛି । ଏଥିସହ ସରକାର, କମ୍ପାନୀ, ଷ୍ଟାର୍ଟଅପ, ଶିକ୍ଷାନୁଷ୍ଠାନ , ନାଗରିତ ସମେତ 100ରୁ ଊର୍ଦ୍ଧ୍ବ ହିତାଧାରକଙ୍କ ବୈଶ୍ବିକ ବିଶେଷଜ୍ଞତାକୁ ଆକର୍ଷିତ କରିଛି ।
ବ୍ଲକଚେନ କଣ ?
ଏହା ଏପରି ଏକ ଟେକ୍ନୋଲୋଜି ଯେଉଁଥିରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସିଧାସଳଖ ଟଙ୍କା ସ୍ଥାନାନ୍ତରଣ କରାଯାଇପାରିବ । ଏହି ଟ୍ରାଞ୍ଜାକ୍ସନରେ କୌଣସି ମଧ୍ୟ ମଧସ୍ଥିର ଆବଶ୍ୟକତା ନାହିଁ । ବର୍ତ୍ତମାନ ସମୟରେ 2 ଜଣଙ୍କ ମଧ୍ୟରେ ଟଙ୍କା ସ୍ଥାନାନ୍ତରଣ ତୃତୀୟ ପକ୍ଷ ମାଧ୍ୟମରେ ହୋଇଥାଏ । ଏହି ତୃତୀୟ ପକ୍ଷ ଯେପରିକି ବ୍ୟାଙ୍କ, ପେପାଲ, ମନି ଟ୍ରାନ୍ସଫର ଆଦି ହୋଇଥାଏ । ଆଉ ଏହି ନେଣଦେଣ ପାଇଁ ଆମକୁ ସେବା ଶୁ୍ଳ୍କ ମଧ୍ୟ ଦେବାକୁ ପଡିଥାଏ । ହେଲେ ବ୍ଲକଚେନରେ ଏହି ତୃତୀୟ ପକ୍ଷର ଆବଶ୍ୟତା ପଡିନଥାଏ । ବ୍ଲକଚେନ ଟେକ୍ନୋଲୋଜିରେ କରାଯାଉଥିବା ଟ୍ରାଞ୍ଜାକ୍ସନ ବହୁତ କମ ସମୟ ମଧ୍ୟରେ ହୋଇଥାଏ । ଏଥିସହ ଏହା ପୂର୍ଣ୍ଣ ରୂପରେ ସୁରକ୍ଷିତ ହୋଇଥାଏ ।
2008-09 ରେ ବିଟକଏନ ଟେକ୍ନୋଲୋଜି ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା । ଏହି ଟେକ୍ନୋଲୋଜି ଅତ୍ୟନ୍ତ ଜଟିଳ । ଏଣୁ ଏହାକୁ ହ୍ୟାକ କରିବା କଷ୍ଟକର ହୋଇଥାଏ ।