ETV Bharat / business

ଆସେସ ବେଳେ କୋଭିଡ କଟକଣାକୁ ନେଇ ଖପ୍ପା ୱନ-ପିଟରସନ

ଆସେସ ସିରିଜ ବେଳେ ଖେଳାଳିଙ୍କ ସହ ସେମାନଙ୍କ ପରିବାରକୁ ରହିବାକୁ ଅନୁମତି ନମିଳିଲେ ସିରିଜ ବାତିଲ କରିବା ଉଚିତ । ଅଧିକ ପଢ଼ନ୍ତୁ...

author img

By

Published : Jun 23, 2021, 6:29 PM IST

vaughan pietersen slam possibility of families not travelling with england players during asesh

ଲଣ୍ଡନ: "ଆସେସ ସିରିଜ ବେଳେ ଖେଳାଳିଙ୍କ ସହ ସେମାନଙ୍କ ପରିବାରକୁ ରହିବାକୁ ଅନୁମତି ନମିଳିଲେ ସିରିଜ ବାତିଲ କରିବା ଉଚିତ ।" ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ୱନ । ବର୍ତ୍ତମାନ ଅଷ୍ଟ୍ରେଲିଆରେ ଶକ୍ତ କୋଭିଡ କଟକଣା ଜାରି ରହିଛି ।

ଏଭଳି ସ୍ଥିତିରେ ଆସେସ ସିରିଜ ବେଳେ ଖେଳାଳିଙ୍କ ପରିବାରକୁ ଅଷ୍ଟ୍ରେଲିଆ ଗସ୍ତ ଅନୁମତି ମିଳିବା ନେଇ ସନ୍ଦେହ ଦେଖା ଦେଇଛି । ଡିସେମ୍ବର 8 ତାରିଖରେ ଏହି ସିରିଜ ଆରମ୍ଭ ହେବ । 4 ମାସ ଧରି ଏହି ସିରିଜ ଚାଲିବ ।

ଏହାକୁ ନେଇ ମାଇକେଲ ୱନ କହିଛନ୍ତି ଯେ, "ରିପୋର୍ଟରୁ ଜାଣିବାକୁ ପାଇଲି ଆସେସ ସିରିଜ ବେଳେ ଇଂଲଣ୍ଡ କ୍ରିକେଟର ସେମାନଙ୍କ ପରିବାର ସହ ରହି ନପାରନ୍ତି । ଯଦି ଏଭଳି ହୁଏ ତେବେ ଏହି ସିରିଜ ବାତିଲ ହେବା ଉଚିତ । କାରଣ 4 ମାସ ଧର ନିଜ ପରିବାର ଠାରୁ ଦୁରରେ ରହିବା ଛୋଟ କଥା ନୁହେଁ ।"

ତେବେ ଏହାକୁ ନେଇ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କେଭିନକ ପିଟରସନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଏଭଳି ଶକ୍ତ କଟକଣା ଯୋଗୁଁ ଯଦି କୌଣସି ଖେଳାଳି ଆସେସ ସିରିଜରୁ ଓହରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ନେଇ ଟିପ୍ପଣୀ କରିବା ଠିକ ହେବନି ବୋଲି ସେ କହିଛନ୍ତି ।

ପିଟରସନ ଟ୍ୱିଟ୍ କରି କହିଛନ୍ତି ଯେ, "ଏଭଳି କଟକଣା ମଧ୍ୟରେ ଯଦି କୌଣସି ଖେଳାଳି ଆସେସ ସିରିଜରୁ ଓହରି ଯାଉଛନ୍ତି ତ ସେମାନଙ୍କୁ ମୁଁ ସମର୍ଥନ କରିବି । ସଭିଙ୍କ ପାଇଁ ନିଜ ପରିବାର ଗୁରୁତ୍ୱପୂର୍ଣ୍ଣ । 4 ମାସ ପରିବାରକୁ ଛାଡ଼ି ରହିବା ଅସମ୍ଭବ । ସତରେ ଖେଳାଳି ସିରିଜ ବେଳେ ସେମାନଙ୍କ ପରିବାକୁ ଦେଖି ପାରିବେ ନାହିଁ ?"

ସେପଟେ କ୍ରିକେଟ ଅଷ୍ଟ୍ରେଲିଆର ଜଣେ ଅଧିକାରୀ କହିଛନ୍ତି ଯେ, "ଆସେସ ସିରିଜକୁ ଆହୁରି ବହୁ ମାସ ଅଛି । ତାହାରି ମଧ୍ୟରେ କିଛି ବାଟ ବାହାରି ପାରେ । ବର୍ତ୍ତମାନ ଜୁନ ମାସ ଚାଲିଛି । ନଭେମ୍ବର ବେଳକୁ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିବେ ।

ଆଗକୁ ବାଂଲାଦେଶ ଓ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ ଦଳ । ସେହି ସମୟରେ ମଧ୍ୟ କୌଣସି ସାଥିରେ ନିଜ ପରିବାରକୁ ନେଇ ପାରିବେ ନାହିଁ । ଏହାପରେ ଅକ୍ଟୋବର ମାସରେ ଟି-20 ବିଶ୍ୱକପ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.